Latest Odisha News

BREAKING NEWS

ଇସ୍ତଫା ଦେବାକୁ ଯାଉଥିଲେ ମୁଖ୍ୟମନ୍ତ୍ରୀ, ସମର୍ଥକଙ୍କ ପ୍ରଦର୍ଶନ ଦେଖି ବଦଳାଇଲେ ନିଷ୍ପତ୍ତି

ଇମ୍ଫାଲ୍: ଲଗାତାର ୨ ମାସ ଧରି ମଣିପୁର ଜଳୁଛି । ଏହାରି ଭିତରେ ଶୁକ୍ରବାର ମଣିପୁର ମୁଖ୍ୟମନ୍ତ୍ରୀ ଏନ୍. ବୀରେନ୍ ସିଂହଙ୍କ ଇସ୍ତଫାକୁ ନେଇ ଚର୍ଚ୍ଚା ଜୋର୍ ଧରିଥିଲା । ଆଉ ଚର୍ଚ୍ଚା ଭିତରେ ଏନ୍, ବୀରେନଙ୍କ ସମର୍ଥକ ପ୍ରତିବାଦ ଆରମ୍ଭ କରିଥିଲେ । ରାସ୍ତାକୁ ଓହ୍ଲାଇବା ସହ ରାଜଭବନ ଆଗରେ ପ୍ରତିବାଦ କରି କହିଥିଲେ ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ ନାହିଁ ।

ଆଉ ସମର୍ଥକଙ୍କ ପ୍ରତିବାଦ ପରେ ମଣିପୁର ମୁଖ୍ୟମନ୍ତ୍ରୀ ଏନ୍. ବୀରେନ୍ ସିଂହ ଟ୍ୱିଟ୍ କରି ଲେଖିଛନ୍ତି, ଏବେର ସମୟରେ ମୁଁ ଇସ୍ତଫା ଦେବି ନାହିଁ । ମୁଖ୍ୟମନ୍ତ୍ରୀଙ୍କ ଏ ଟ୍ୱିଟ୍ ପରେ ଇସ୍ତଫା ପତ୍ରର ଚିରା ଅଂଶ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ।

ଦୈନିକ ଭାସ୍କରର ରିପୋର୍ଟ ଅନୁସାରେ, ଜଣେ ବରିଷ୍ଠ ନେତା ଦାବି କରିଥିଲେ ମୁଖ୍ୟମନ୍ତ୍ରୀ ଏନ୍. ବୀରେନ୍ ସିଂହ ଆଜି ଇସ୍ତଫା ଦେଇଥାନ୍ତେ । କିନ୍ତୁ ଲୋକଙ୍କ ଚାପରେ ମୁଖ୍ୟମନ୍ତ୍ରୀ ତାଙ୍କ ନିଷ୍ପତ୍ତି ବଦଳାଇଛନ୍ତି । ରାଜ୍ୟପାଳଙ୍କୁ ଭେଟିବାକୁ ଏନ୍. ବୀରେନ୍ ସିଂହ ବାହାରିଥିଲେ, ଆଉ ଘର ବାହାରେ ସମର୍ଥକଙ୍କ ଭିଡ଼ ଦେଖି ଫେରି ଆସିଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ଘର ବାହାରେ ହଜାର ହଜାର ମହିଳା ମାନବଶୃଙ୍ଖଳ ତିଆରି କରିବା ସହ କହିଥିଲେ, ସେମାନେ ଚାହୁଁ ନାହାନ୍ତି ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ । ଗୁରୁବାର ମଣିପୁରରେ ଗୁଳିବର୍ଷଣ ହୋଇଥିବା ବେଳେ ୩ ଜଣଙ୍କ ମୃତ୍ୟୁ ହୋଇଥିଲା । ଏବେ ସୁଦ୍ଧା ମଣିପୁର ହିଂସାରେ ୧୩୧ ଜଣଙ୍କ ମୃତ୍ୟୁ ହେଲାଣି । ମେ ୩ରୁ ମଣିପୁରରେ ଦୁଇ ସମ୍ପ୍ରଦାୟକୁ ନେଇ ହିଂସା ଜାରି ରହିଛି ।

Leave A Reply

Your email address will not be published.