ଜାପାନ: ପ୍ରତ୍ୟେକ ସହରରେ ପ୍ରତିଦିନ ଛୋଟ ଏବଂ ବଡ ଚୋରି ହୋଇଥାଏ । ଚୋରମାନେ ଘରେ ପଶି ସୁନାରୂପା ଅଳଙ୍କାର,ଟଙ୍କା, ଗାଡ଼ି ସହିତ ଦାମି ଜିନିଷପତ୍ର ଚୋରି କରି ନେଇଥାନ୍ତି । କିନ୍ତୁ ଜାପାନରେ ଏମିତି ଜଣେ ବ୍ୟକ୍ତି ଅଛନ୍ତି, ଯିଏ କେବଳ ମହିଳାଙ୍କ ରେନ୍କୋଟ୍ ଚୋରି କରିଥାନ୍ତି । ତାହା ପୁଣି ବଷ ବର୍ଷ ଧରି । ଯାହାକୁ ନେଇ ସେ ଖୁବ୍ ଚର୍ଚ୍ଚାରେ ଅଛନ୍ତି ।
୫୧ ବର୍ଷିୟ ୟୋସିଡ଼ୋ ଯୋଡା ଜାପାନରେ ରୁହନ୍ତି । ଓସାକା ପୋଲିସ ନିକଟରେ ତାଙ୍କୁ ଗିରଫ କରିଥିଲା । କାରଣ ଥିଲା ୟୋସିଡ଼ୋ ଗତ ୧୩ ବର୍ଷ ଧରି ମହିଳାଙ୍କ ରେନକୋଟ୍ ଚୋରି କରିଆସୁଥିଲେ । ସମାନ ଅପରାଧ ପାଇଁ ପୋଲିସ ତାଙ୍କୁ ଗିରଫ କରିଥିଲା । ପୋଲିସ ତାଙ୍କ ଘରୁ ୩୬୦ଟି ରେନକୋଟ୍ ଜବତ କରିଥିଲା । ଗତ ୧୦ ବର୍ଷ ମଧ୍ୟରେ ପ୍ରାୟ ୪୨୦ଟି ରେନ୍କୋଟ୍ ଚୋରି କରିଛନ୍ତି ସେ । ପୋଲିସ ତାଙ୍କୁ ୧୦ ବର୍ଷ ଧରି ଖୋଜୁଥିଲା । ତାଙ୍କ ନାଁ ରଖିଥିଲା ‘ରେନକୋଟ୍ ମ୍ୟାନ୍’ ।
ୟୋସିଡୋ ଜଣେ ଖବରକାଗଜ ବିତରକ ଭାବେ କାର୍ଯ୍ୟ କରୁଥିଲେ । ଦିନେ ହଠାତ୍ ସେ ରେନ୍କୋଟ୍ ସଂଗ୍ରହ କରିବାକୁ ଚିନ୍ତା କଲେ । ୟୋସିଡୋ ୨୦୦୯ ମସିହାରୁ ରେନକୋଟ୍ ଚୋରି କରିବାକୁ ଲାଗିଲେ । ସବୁଠୁ ବଡ଼ କଥା ସେ କବେଳ ମହିଳାମାନଙ୍କ ରେନ୍କୋଟ୍ ଚୋରି କରିଥାନ୍ତି । ଯେତେବେଳେ ପୋଲିସ ରେନ୍କୋଟ୍ କାହିଁକି ଚୋରି କର ବୋଲି ପଚାରିବାରୁ ସେ କହିଥିଲେ ଯେ, ସାଧାରଣତଃ ପୁରୁଷମାନେ ମହିଳାଙ୍କ ଅନ୍ତବସ୍ତ୍ର ପ୍ରତି ଆକର୍ଷିତ ହୋଇଥାନ୍ତି । ଠିକ୍ ସେମିତି କୌଣସି ଯୁବତୀ ବା ମହିଳା ରେନ୍କୋଟ୍ ପିନ୍ଧିଲେ ମୋତେ ଭଲ ଲାଗେ । ସେଥିଲାଗ ମହିଳାଙ୍କ ରେନ୍କୋଟ ପ୍ରତି ମୋର ଦୁର୍ବଳତା ଥିବାରୁ ମୁଁ ଚୋରି କରିଥାଏ ।
Comments are closed.