Latest Odisha News

ନବଜାତକକୁ ନିଆରା ଢଙ୍ଗରେ ସ୍ୱାଗତ : ଜନ୍ମ ହେବା ମାତ୍ରେ ଶିଶୁ ଉପରେ ରଖିଲେ ନୋଟ୍

ବ୍ରିଟେନ୍‌: ପ୍ରତ୍ୟେକ ବାପାମାଆ ଜନ୍ମ ପରେ ନିଜ ସନ୍ତାନକୁ ସ୍ୱାଗତ କରିବା ପାଇଁ ଘରକୁ ଫୁଲରେ ସଜାଇବା ସହ କୀର୍ତ୍ତନ, ଭଜନର ଆୟୋଜନ କରିଥାନ୍ତି । କିନ୍ତୁ ବ୍ରିଟେନରେ ଏକ ଦମ୍ପତ୍ତି ତାଙ୍କ ନବଜାତକଙ୍କୁ ଏକ ନିଆରା ଢଙ୍ଗରେ ସ୍ୱାଗତ କରିଛନ୍ତି । ପିଲାଟି ଜନ୍ମ ହେବା ମାତ୍ରେ ପିତାମାତା ତାଙ୍କୁ ନୋଟ୍‌ରେ ଆଛାଦିତ କରିଦେଇଥିଲେ । ଏହାର ଭିଡ଼ିଓ ଭାଇରାଲ ହେବା ପରେ ଯାହାକୁ ଦେଖି ଅନେକ ଲୋକ ନାପସନ୍ଦ କରିଛନ୍ତି ।

ଭିଡ଼ିଓରେ ଦେଖିବାକୁ ମିଳିଛି ଯେ, ବିଟେନ୍‌ରେ ରହୁଥିବା ଏକ ଦମ୍ପତ୍ତିଙ୍କ ସନ୍ତାନ ଜନ୍ମ ହୋଇଛି । ଶିଶୁଟି ଜନ୍ମ ହେବା ମାତ୍ରେ ତାକୁ ନିଆରା ଢଙ୍ଗରେ ସ୍ୱାଗତ କରିଛନ୍ତି । ଶିଶୁଟିର ବାପାମାଆ ଏତେ ଖୁସି ହୋଇଯାଇଛନ୍ତି ଯେ, ପିଲାଟି ଉପରେ ନୋଟ ବର୍ଷା କରୁଛନ୍ତି । ଜଣେ ବ୍ୟକ୍ତି ଆସି ଗୋଟିଏ ପରେ ଗୋଟିଏ ନୋଟ ପକାଉଛନ୍ତି । ପରେ ଶିଶୁଟିର ମୁହଁକୁ ଛାଡ଼ି ନୋଟରେ ପୁରା ଆଚ୍ଛାଦିତ ହୋଇଥିବାର ଦେଖାଯାଏ । ପ୍ରାୟ ୧୦୦ ଡ଼ଲାର ନୋଟ ଶିଶୁ ୁଉପରେ ରଖାଯାଇଥିବା ଜଣାଯାଇଛି ।

ଏହା ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ଅନେକ କଡ଼ା ସମାଲୋଚନା କରିଛନ୍ତି । ନୋଟରେ ଅଧିକ ଜୀବାଣୁ ଥାନ୍ତି । ତେଣୁ ଏହା ଶିଶୁକୁ ବିପଦରେ ପକାଇ ପାରେ ବୋଲି କିଛି ମତ ଦେଇଥିବା ବେଳେ ଆଉ କିଛି ପିଲାଟି ଉପରେ ଟଙ୍କା ନ ରଖି ପିଲାଙ୍କ ନାମରେ ବିନିଯୋଗ କରିବା ଭଲ ବୋଲି କହିଛନ୍ତି ।

Leave A Reply

Your email address will not be published.