Latest Odisha News

ପୁଣି ସଂଶୋଧନ ହେବ ବିଶ୍ବବିଦ୍ୟାଳୟ ଆଇନ, ଫେରିବ ସିନେଟ୍

ଭୁବନେଶ୍ବର: ପୁଣି ସଂଶୋଧନ ହେବ ୨୦୨୦ ବିଶ୍ବବିଦ୍ୟାଳୟ ସଂଶୋଧନ ଆଇନ୍ । ଗୃହରେ ବିଜେଡି ବିଧାୟକ ଗଣେଶ୍ବର ବେହେରାଙ୍କ ପ୍ରଶ୍ନରେ ଏହି ଉତ୍ତର ରଖିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ।

ଏନେଇ ମନ୍ତ୍ରୀ କହିଛନ୍ତି, ପୁଣି ବିଶ୍ବବିଦ୍ୟାଳୟ ଆଇନ ସଂଶୋଧନ ହେବ । ପୁରୁଣା ଢାଞ୍ଚାକୁ ଫେରିବ । ପୁଣି ସିନେଟ୍ ବ୍ୟବସ୍ଥା ଅଣାଯିବ । ଏଥିସହିତ ବିଶ୍ବବିଦ୍ୟାଳୟ ସ୍ବତନ୍ତ୍ରତା ବଜାୟ ରହିବ । ସରକାର ବିଶ୍ୱବିଦ୍ୟାଳୟର ସ୍ବାଧୀନତା ଫେରାଇବେ । ଏହାସହିତ କୁଳପତି କିମ୍ବା ଅଧ୍ୟକ୍ଷ ନିଯୁକ୍ତି କ୍ଷମତା ବିଶ୍ବବିଦ୍ୟାଳୟଗୁଡ଼ିକୁ ଦିଆଯିବ ପାଇଁ ବିଚାର ଚାଲିଛି ବୋଲି କହିଛନ୍ତି ମନ୍ତ୍ରୀ ।

୭୯ ଦିନିଆ ସରକାର ଖଲିକୋଟ ବିଶ୍ୱବିଦ୍ୟାଳୟକୁ ୟୁଜିସି ମାନ୍ୟତା ଦେଇଛନ୍ତି । ଦୁର୍ଗମ ଅଞ୍ଚଳର ୧୮ଟି ବ୍ଲକରେ କଲେଜ ଗଠନ କରିଛନ୍ତି । ୧୮୦ କୋଟି ଟଙ୍କା ଖର୍ଚ୍ଚ କରୁଥିବା ସରକାରୀ ବିଶ୍ୱବିଦ୍ୟାଳୟର ଭିତ୍ତିଭୂମିକୁ ମଜବୁତ ମରିବା ସହିତ ୧୫୦୦ ଅଧ୍ୟାପକ ଉକ୍ତ କଲେଜରେ ଯୋଜ ଦେବେ ବୋଲି ମନ୍ତ୍ରୀ ଗୃହରେ ସୂଚନା ଦେଇଛନ୍ତି । ଏଥିସହିତ ସିଭିଲ ସର୍ଭିସ ପରୀକ୍ଷା ଦେବାକୁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀଙ୍କୁ ମାଗଣା କୋଚିଂ ଯୋଗାଇବାର ପାଇଁ ମଧ୍ଯୋୟ ସରକାର ଯୋଜନା କରୁଛନ୍ତି ବୋଲି କହିଛନ୍ତି ମନ୍ତ୍ରୀ ।

ସେ ଏହା ବି କହିଛନ୍ତି ଯେ, ଆଗାମୀ ଦିନରେ ବିଭିନ୍ନ ଜିଲ୍ଲାରେ ପ୍ରାୟ ୧୨ଟି ନୂତନ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲାଯିବ।

Comments are closed.