Latest Odisha News

BREAKING NEWS

ବାଲିଆ ବାଣ ବିସ୍ଫୋରଣ ଘଟଣାରେ ଆଉ ଜଣଙ୍କ ମୃତ୍ୟୁ

କଟକ: କେନ୍ଦ୍ରପଡା ବାଲିଆ ବାଣ ବିସ୍ଫୋରଣ ଘଟଣାରେ ଆଖି ବୁଜିଲେ ଆଉ ଜଣେ ଗୁରୁତର । କଟକ ଏସସିବି ଆଇସିୟୁରେ ଚିକିତ୍ସାଧୀନ ଥିବା ପିଣ୍ଟୁ ଖାନଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । ପୂର୍ବରୁ ଉଦୟ ଭୋଇ ନାମକ ବାଣୁଆର ମୃତ୍ୟୁ ହୋଇଥିଲା । ପିଣ୍ଟୁଙ୍କୁ ମିଶାଇ ବାଣ ବିସ୍ଫୋରଣ ମାମଲାରେ ମୃତ୍ୟୁ ସଂଖ୍ୟା ଦୁଇ ହୋଇଛି ।

ଏବେ ବି ଏସସିବି ଆଇସିୟୁରେ ଆଉ ୧୦ ଜଣ ଚିକିତ୍ସାଧୀନ ଅଛନ୍ତି । ସେଥିରୁ ୩ଜଣଙ୍କ ଅବସ୍ଥା ଗୁରୁତର ରହିଛି । କାର୍ତ୍ତିକ ପୂଜା ଭସାଣୀ ବେଳେ ଅନେକ ବାଣ ଏକାଥରକେ ଫୁଟି ବିସ୍ଫୋରଣ ହୋଇଥିଲା । ୪୦ରୁ ଅଧିକ ଲୋକେ ଆହତ ହୋଇଥିଲେ । ଗୁରୁତର ମାନଙ୍କୁ ଏସସିବି ଆଇସିୟୁକୁ ସ୍ଥାନାନ୍ତର କରାଯାଇଥିଲା ।

Leave A Reply

Your email address will not be published.