Latest Odisha News

BREAKING NEWS

ଓଡ଼ିଶାର ଏହି ଜିଲ୍ଲାରୁ ଖୋଲି ନପାରେ ତାଲା, ବଳବତ୍ତର ରହିପାରେ ଆଂଶିକ ଲକଡାଉନ୍

ଭୁବନେଶ୍ୱର: ରାଜ୍ୟରେ ଦିନେ ପରେ ସରିଯିବ ଆଂଶିକ ଲକଡାଉନ୍ । ଆଜି କିମ୍ବା ଆସନ୍ତାକାଲି ସରକାର ଜୁଲାଇ ପାଇଁ ନୂଆ ଗାଇଡଲାଇନ୍ ଘୋଷଣା କରିବେ । କଣ ରହିବ କରୋନା ମୁକାବିଲା ରଣନୀତି ? ତାଉପରେ ଏବେ ସମସ୍ତଙ୍କର ନଜର ରହିଛି । ଆଶ୍ୱସ୍ତିକର ଖବର ହେଉଛି ଓଡ଼ିଶାର ଅଧିକାଂଶ ଜିଲ୍ଲା ଏବେ ଗ୍ରୀନ୍ ଜୋନକୁ ଆସିଛି । ଉଭୟ ଆକ୍ଟିଭ୍ ଓ ପଜିଟିଭ୍ ହାର କମିଛି । କିନ୍ତୁ ଉପକୂଳର କିଛି ଜିଲ୍ଲାରେ ଏବେ ବି ସ୍ଥିତି ଚିନ୍ତାଜନକ ରହିଛି । ୪-୫ଟି ଜିଲ୍ଲା ରେଡ୍ ଜୋନରେ ଅଛି । ସଂକ୍ରମଣ ହାର ଅଧିକ ଥିବା ସେସବୁ ଜିଲ୍ଲାରେ ଜୁଲାଇରେ ଉଠି ନପାରେ ଲକଡାଉନ୍ କଟକଣା ।

ଆଜିର କରୋନା ଗ୍ରାଫ ଦର୍ଶାଉଛି ଆକ୍ଟିଭ୍ କେସ୍ ରେଡ୍ ଜୋନରେ ଖୋର୍ଦ୍ଧା(୫୨୩୯), କଟକ(୩୯୨୧), ଯାଜପୁର(୨୬୯୨) ଓ ବାଲେଶ୍ୱର(୨୯୮୮) ରେଡ୍ ଜୋନରେ ଅଛି । ସେହିପରି ପଜିଟିଭ୍ ହାର ରେଡ୍ ଜୋନରେ ଅଛି ପୁରୀ(୭.୦%), ଖୋର୍ଦ୍ଧା(୮.୩%), କଟକ(୧୦.୬%), ବାଲେଶ୍ୱର(୧୧%) ଓ ମୟୂରଭଞ୍ଜ(୮.୭%) ଜିଲ୍ଲା ।

ଏହି ଜିଲ୍ଲାଗୁଡ଼ିକର କରୋନା ସ୍ଥିତି ଉପରେ ଗମ୍ଭୀର ଭାବରେ ବିଚାରବିମର୍ଶ କରୁଛନ୍ତି ସରକାର । ଗତ କିଛି ଦିନର କରୋନା ଡାଟାର ଅନୁଧ୍ୟାନ କରାଯାଉଛି । ଅନୁମାନ କରାଯାଉଛି, ଜୁଲାଇ ଗାଇଡଲାଇନରେ ଏସବୁ ଜିଲ୍ଲାରେ ବଳବତ୍ତର ରହିପାରେ ଆଂଶିକ ଲକଡାଉନ୍ କଟକଣା । ସପ୍ତାହାନ୍ତ ସଟଡାଉନ୍ ଓ ନାଇଟକର୍ଫ୍ୟୁ ବି ବଳବତ୍ତର ରହିପାରେ ।

ଜୁନ୍ ୧୬ ତାରିଖରେ ସରକାର ରାଜ୍ୟରୁ ଦୁଇଟି ବର୍ଗ କାଟାଗୋରୀ-A ଓ କାଟାଗୋରୀ-Bରେ ବିଭିକ୍ତ କରି ଆଂଶିକ ଲକଡାଉନ୍ ଜାରି କରିଥିଲେ । କାଟାଗୋରୀ-Aରେ ସଂକ୍ରମଣ ହାର ୫ ପ୍ରତିଶତରୁ କମ୍ ଥିବା ୧୭ ଜିଲ୍ଲାରେ କଟକଣାକୁ କାଟାଗୋରୀ-B ଜିଲ୍ଲା ଅପେକ୍ଷା ଅଧିକ କୋହଳ କରାଯାଇଥିଲା ।

ଜୁଲାଇରେ ଏହି କାଟାଗୋରୀ-A ତାଲିକାରେ ୫ ପ୍ରତିଶତରୁ କମ୍ ସଂକ୍ରମଣ ହାର ଥିବା ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର ଆଦି ଜିଲ୍ଲା ସାମିଲ ହେବେ । ଏହି ବର୍ଗରେ ଆସୁଥିବା ଜିଲ୍ଲାରେ ଦୋକାନ ବଜାର ଖୋଲିବା ସମୟସୀମା ବଢ଼ାଇ ପାରନ୍ତି ସରକାର । ଉଠିପାରେ ସପ୍ତାହାନ୍ତ ସଟଡାଉନ୍ । ଏସବୁ ଭିତରେ ନୂଆ ଗାଇଡଲାଇନରେ ଆଉ କେଉଁ କ୍ଷେତ୍ରକୁ ଅଧିକ କୋହଳ କରାଯିବ ଓ କେଉଁଠି କଟକଣା ପୂର୍ବଭଳି କଡ଼ାକଡ଼ି ରହିବ ତାଉପରେ ନଜର ରହିଛି ।

Leave A Reply

Your email address will not be published.