Latest Odisha News

NIA ନେଲା ଡ୍ରୋନ୍ ଯୋଗେ ଜମ୍ମୁ ଏୟାରଫୋର୍ସ ଷ୍ଟେସନରେ ବିସ୍ଫୋରଣର ତଦନ୍ତ ଭାର

ନୂଆଦିଲ୍ଲୀ: ନ୍ୟାସନାଲ୍ ଇନଭେଷ୍ଟିଗେସନ୍ ଏଜେନ୍ସୀ(NIA) କରିବ ଜମ୍ମୁ ଏୟାରଫୋର୍ସ ଷ୍ଟେସନରେ ଡ୍ରୋନ୍ ଯୋଗେ ବିସ୍ଫୋରଣର ତଦନ୍ତ । ଏନଆଇଏକୁ ବିଧିବଦ୍ଧ ତଦନ୍ତ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରାଳୟ । ରବିବାର ଦିନ ଏସପି ରାକେଶ ବଲଓ୍ୱାଲଙ୍କ ନେତୃତ୍ୱରେ ଏନଆଇଏର ଏକ ଟିମ୍ ବିସ୍ଫୋରଣସ୍ଥଳ ବି ପରିଦର୍ଶନ କରିଥିଲା । ଘଟଣା ପଛରେ ସୀମାପାର ଆତଙ୍କବାଦୀଙ୍କ ସଂପୃକ୍ତି ଥିବା ଜଣା ପଡ଼ିଛି ।

ପ୍ରଥମ ଥର ଡ୍ରୋନ୍ ଯୋଗେ ବିସ୍ଫୋରକ ସାମଗ୍ରୀ ପକାଇଛନ୍ତି ଆତଙ୍କବାଦୀ । ହାଇ ସିକ୍ୟୁରିଟି ଜୋନରେ ଥିବା ଜମ୍ମୁ ଏୟାରଫୋର୍ସ ଷ୍ଟେସନରେ କମ୍ ତୀବ୍ରତାର ଦୁଇଟି ଆଇଡି ବିସ୍ଫୋରଣ ହୋଇଥିଲା । ୫ ମିନିଟ ବ୍ୟବଧାନରେ ହୋଇଥିଲା ବିସ୍ଫୋରଣ । ଏକ ମହଲା ବିଶିଷ୍ଟ ବିଲଡିଂ ଛାତ ଉପରେ ଓ ଖୋଲା ସ୍ଥାନରେ ବିସ୍ଫୋରଣ ହୋଇଥିଲା ।

ଏହି ଘଟଣା ପଛରେ କେଉଁ ଆତଙ୍କାବାଦୀ ସଂଗଠନର ସଂପୃକ୍ତି ରହିଛି ? ଡ୍ରୋନ୍ ଯୋଗେ ବଡ଼ ଧରଣର ହମଲା ଯୋଜନା କରିଛନ୍ତି କି ? ଆଉ କେଉଁ ସବୁ ସ୍ଥାନକୁ ଟାର୍ଗେଟ କରିଛନ୍ତି କି ଆତଙ୍କବାଦୀ ? ବିଭିନ୍ନ ଦିଗକୁ ଦୃଷ୍ଟିରେ ରଖି ଏନଆଇଏ ଖୋଳତାଡ ଆରମ୍ଭ କରିଛି ।

Leave A Reply

Your email address will not be published.