Latest Odisha News

BREAKING NEWS

କ୍ରିକେଟର ଉନ୍ମୁକ୍ତ ଚାନ୍ଦଙ୍କୁ ସହାୟ ହେଉନି ଭାଗ୍ୟ, ଦେଶ ଛାଡି ବି ହେଲାନି ଲାଭ

ହ୍ୟୁଷ୍ଟନ: ଭାରତର ପୂର୍ବତନ କ୍ରିକେଟର ଉନ୍ମୁକ୍ତ ଚାନ୍ଦଙ୍କୁ ଭାଗ୍ୟ ସହାୟ ହେଉନି । ଭାରତରେ ତାଙ୍କ କ୍ୟାରିୟର ଠିକ ବାଟରେ ନ ଯିବାରୁ ସେ ଆମେରିକା ପଳାଇ ଯାଇଥିଲେ । ସେଠାରେ ବି ତାଙ୍କୁ ବିଶେଷ କିଛି ଲାଭ ହେଉନି । ନିକଟରେ କାନାଡା ବିପକ୍ଷ ଟି୨୦ ସିରିଜ ପାଇଁ ଆମେରିକା ତାଙ୍କୁ ଚୂଡାନ୍ତ ଦଳରେ ସ୍ଥାନ ଦେଇନି । ଏପ୍ରିଲ ୭ରୁ ଏହି ୫ ମ୍ୟାଚ ବିଶିଷ୍ଟ ସିରିଜ ଆୟୋଜିତ ହେବ । ଏଥିପାଇଁ ଚୟନ ନ ହେବା ଯୋଗୁ ଟି୨୦ ବିଶ୍ୱକପରେ ତାଙ୍କର ଖେଳିବା ଆଶା କ୍ଷୀଣ ହୋଇଛି । ଘୋଷଣା କରାଯାଇଥିବା ଟିମରେ ନ୍ୟୁଜିଲାଣ୍ଡର ପୂର୍ବତନ ଅଲରାଉଣ୍ଡର କୋରୀ ଆଣ୍ଡରସନଙ୍କୁ ସାମିଲ କରାଯାଇଛି । ଆମେରିକା ଓ ୱେଷ୍ଟଇଣ୍ଡିଜ ମିଳିତ ଭାବେ ଏଥର ଟି୨୦ ବିଶ୍ୱକପ ଆୟୋଜନ କରୁଛନ୍ତି ।

ଉନ୍ମୁକ୍ତ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ଟିମରେ ସ୍ଥାନ ନ ମିଳିବା ତାଙ୍କୁ ନିରାଶ କରିଛି । ଆମେରିକାର ଏହି ଟିମରେ ଅଧିକାଂଶ ଖେଳାଳି ଅନ୍ୟ ଦେଶରୁ ଆସିଛନ୍ତି ।
ଆମେରିକା ଟିମ: ମୋନାଙ୍କ ପଟେଲ(ଅଧିନାୟକ), ଏରୋନ ଜୋନ୍ସ, ଆଣ୍ଡ୍ର‌୍ୟୁଜ ଗେସ, କୋରୀ ଆଣ୍ଡରସନ, ଗଜାନନ୍ଦ ସିଂ, ହରମିତ ସିଂ, ଜେସି ସିଂ, ମିଲିନ୍ଦ କୁମାର, ନିସର୍ଗ ପଟେଲ, ନୀତିଶ କୁମାର, ଜୋଶତୁଶ କେନଜିଙ୍ଗ, ସୌରଭ ନେତ୍ରାୱଲକର, ଶୈଡଲୀ ୱାନ, ଷ୍ଟିଭେନ ଟେଲର, ଉସ୍ମାନ ରଫୀକ ।

Leave A Reply

Your email address will not be published.