Latest Odisha News

ମନ ଇଚ୍ଛା ହର୍ଣ୍ଣ ବଜାଇଲେ ଦେବେ ୧୦ ହଜାର ଟଙ୍କା ଜରିମାନା

ନୋଏଡ଼ା: ଗାଡ଼ି ଚଳାଇବା ବେଳେ ମନଇଚ୍ଛା ହର୍ଣ୍ଣ ବଜାଇଲେ ମୋଟା ଅଙ୍କର ଜରିମାନା ଦେବାକୁ ପଡ଼ିବ । ଏଭଳି ନିଷ୍ପତ୍ତି ନେଇଛନ୍ତି ନୋଏଡ଼ା କର୍ତ୍ତୃପକ୍ଷ । ନୋଏଡ଼ାର କିଛି ସ୍ଥାନକୁ ସାଇଲେଣ୍ଟ ଜୋନ୍ ଭାବେ ଚିହ୍ନଟ କରାଯିବ । ଆଉ ଉକ୍ତ ସାଇଲେନ୍ସ ଜୋନରେ ମନ ଇଚ୍ଛା ହର୍ଣ୍ଣ ମାରିବା ବେଳେ ଧରା ପଡ଼ିଲେ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦାୟ କରାଯିବ ।

ନୋଏଡ଼ାରେ ଏଭଳି ୧୪୦ଟି ସ୍ଥାନକୁ ଟ୍ରାଫିକ୍ ସେଲ୍ ଚିହ୍ନଟ କରିଛି । ଏଥିପାଇଁ ଟ୍ରାଫିକ୍ ସେଲ୍ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଚିହ୍ନିତ ଅଞ୍ଚଳରେ ପ୍ରଥମେ ସାଇନ୍ ବୋର୍ଡ ଲଗାଇବା ଆରମ୍ଭ ହୋଇଛି । ଆଗକୁ ଜରିମାନା ଆଦାୟ ହେବ ।

ନୋଏଡା ପ୍ରାଧିକରଣ କର୍ତ୍ତୃପକ୍ଷଙ୍କ ସୂଚନା ଅନୁସାରେ, ପ୍ରଥମଥର ହର୍ଣ୍ଣ ବଜାଇଲେ ୧ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ । ଦ୍ୱିତୀୟ ଥର ୨ ହଜାର ଟଙ୍କା ଆଦାୟ କରାଯିବ । ଏଭଳି ଭାବେ ନିୟମ ନ ମାନିଲେ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ିବ ।

ହସ୍ପିଟାଲ୍, ଧାର୍ମିକ ଅନୁଷ୍ଠାନ, ଶିକ୍ଷାନୁଷ୍ଠାନ ଆଦିର ୧୦୦ ମିଟର ପରିଧି ହେଉଛି ସାଇଲେନ୍ସ ଜୋନ । ଏହା ଛଡ଼ା ଯେଉଁ ସ୍ଥାନରେ ଅଧିକ ସଂଖ୍ୟାରେ ବୟସ୍କ ଲୋକ ବସବାସ କରୁଛନ୍ତି ତାକୁ ସାଇଲେନ୍ସ ଜୋନ୍ ଅନ୍ତର୍ଭୁକ୍ତ କରାଯିବ ବୋଲି ଜଣା ପଡ଼ିଛି ।

Leave A Reply

Your email address will not be published.