Latest Odisha News

ମୋଟା ନାକ ପତଳା କରିବେ କେମିତି ? ଆପଣାନ୍ତୁ ଏହି ତନୋଟି ଉପାୟ

ମୁହଁ ଭିତରେ ନାକ ସାର । ଆକର୍ଷଣୀୟ ନାକ ଆଖି ଟାଣିନିଏ । ଆପଣ ନିଜ ଅସୁନ୍ଦର ମୋଟା ନାକକୁ ନେଇ ଚିନ୍ତିତ କି ?   ମୋଟା ନାକ ପାଇଁ ଚିନ୍ତା କରନ୍ତୁନି । କାରଣ ମୋଟା ନାକକୁ ସହଜରେ ପତଳା କରିପାରିବେ । ଏଥିପାଇଁ ଆପଣାନ୍ତୁ ଏହି ଉପାୟ । ମୋଟାନାକକୁ ପତଳା କରିବା ପାଇଁ ୩ଟି ଏକ୍ସରସାଇଜ ରହିଛି ।   ଏହି ବ୍ୟାୟାମ ଦ୍ୱାରା ମସଲ୍ସ ଟୋନ ହେବା ସହ ଏକ୍ସଟ୍ରା ଫ୍ୟାଟ ବି ହ୍ରାସ ପାଇବ । ଜାଣନ୍ତୁ ଏହି ତିନୋଟି ବ୍ୟାୟମ କ’ଣ ଓ କେମିତି କରିବେ ?

୧-ନୋଜ ଶେପିଂ (Nose Shaping)

ବ୍ୟାୟାମ କରିବା ପାଇଁ ପ୍ରଥମେ ଯୋଗ ଆସନ ଉପରେ ଆରମରେ ବସନ୍ତୁ ।

ଅଣ୍ଟାକୁ ସିଧା ରଖି ଲମ୍ବା ନିଃଶ୍ୱାସ ନିଅନ୍ତୁ ଓ ଛାଡନ୍ତୁ ।

ଏବେ ନିଃଶ୍ୱାସ ଭିତରକୁ ନିଅନ୍ତୁ ଏବଂ ଦୁଇଟି ଆଙ୍ଗୁଠି ସାହାଯ୍ୟରେ ନାକର ଦୁଇଭାଗକୁ ଚାପି ରଖନ୍ତୁ

କିଛି ସମୟ ପରେ ଆଙ୍ଗୁଠିକୁ ହାଲକା କରନ୍ତୁ ଏବଂ ନିଃଶ୍ୱାସ ବାହାରକୁ ଛାଡନ୍ତୁ

ଏମିତି ୧୦ ଥର କରନ୍ତୁ । ତେବେ ମନେ ରଖନ୍ତୁ, ଆବଶ୍ୟକତାଠାରୁ ଅଧିକ ଜୋର ଦେଇ କରନ୍ତୁ ନାହିଁ

୨-ନୋଜ ଶର୍ଟନିଂ (Nose Shortening)

ନୋଜ ଶର୍ଟନିଂ ଏକ୍ସରସାଇଜ କରିବା ପାଇଁ ଗୋଟିଏ ଜାଗାରେ ଆରାମରେ ବସନ୍ତୁ

ଅଣ୍ଟା ସିଧା ରଖନ୍ତୁ ଏବଂ ଗଭୀର କିନ୍ତୁ ଧୀର ନିଃଶ୍ୱାସ ନିଅନ୍ତୁ

ଗୋଟିଏ ଆଙ୍ଗୁଠିରେ ନାକର  ଅଗ୍ରଭାଗକୁ ହାଲ୍କା ଦବାନ୍ତୁ

ଏହା ପରେ ଆଙ୍ଗୁଠି ସାହାଯ୍ୟରେ ନାକର ଅଗ୍ରଭାଗକୁ ତଳଭାଗକୁ ଆଣିବାକୁ ଚେଷ୍ଟା କରନ୍ତୁ । ପୁଣି ଉପରକୁ ନିଅନ୍ତୁ ।

ଏମିତ ଭାବେ କିଛି ସମୟ କରନ୍ତୁ

୩-ନୋଜ ଷ୍ଟ୍ରେଟନିଂ(Nose Straightening)

ଏହି ବ୍ୟାୟାମ ପାଇଁ ଗୋଟିଏ ଜାଗାରେ ଆରାମରେ ବସନ୍ତୁ

ହସନ୍ତୁ ଏବଂ ଦୁଇ ଆଙ୍ଗୁଠିରେ ନାକକୁ ଉପରକୁ ଉଠାନ୍ତୁ

ଦିନକୁ ଏହି ବ୍ୟାୟାକ ୨୦ରୁ ୩୦ ଥର କରନ୍ତୁ

ଏମିତି ନିୟମିତ କରିଲେ ଆପଣ ନାକ ଶେପ ବଦଳି ଯିବ । କିଛି ଦିନ ଭିତରେ ଆପଣ  ଫରକ ବୁଝି ପାରିବେ ।

Leave A Reply

Your email address will not be published.