ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରେ ରବିବାର ସକାଳେ ଏକ ଇଣ୍ଡିଗୋ ବିମାନକୁ ଜରୁରୀ ଅବତରଣ କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ ହାଇଦ୍ରାବାଦରୁ ଗୌହାଟୀ ଅଭିମୁଖେ ଯାଉଥିବା ଏହି ଇଣ୍ଡିଗୋ ବିମାନ (୬ର୪୬୨)ରେ ଯାତ୍ରା କରୁଥିବା ଜଣେ ବ୍ୟକ୍ତି ହଠାତ୍ ବିମାନ ମଧ୍ୟରେ ଉତ୍ପାତ କରିବାରୁ ଏହାକୁ ଆଜି ସକାଳ ପ୍ରାୟ ୬ଟା ୧୦ମି. ସମୟରେ ଜରୁରୀ ଅବତରଣ କରାଯାଇଥିବା ନେଇ ଜଣାପଡିଛି ।
ଉକ୍ତ ବ୍ୟକ୍ତିଙ୍କ ନାମ ଇର୍ସାଦ ଅଲି (୨୦) ଏବଂ ସେ ଜଣେ ମାନସିକ ବିକାରଗ୍ରସ୍ତ ବୋଲି ସୁତ୍ରରୁ ପ୍ରକାଶ ।
ମିଳିଥିବା ସୂଚନାନୁଯାୟୀ କୌଣସି କାରଣବଶତଃ ଇର୍ସାଦ ବିମାନ ମଧ୍ୟରେ ଅଚାନକ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରିଥିଲେ । କ୍ରୁ ମେମ୍ବରଙ୍କ ଚେତାବନୀ ସତ୍ୱେ ସେ କିଛି ଶୁଣିନଥିଲେ । ଫଳରେ ବିମାନର ଜରୁରୀ ଅବତରଣ କରାଯାଇଥିବା ନେଇ ଜଣାପଡିଛି।
ଅପରପକ୍ଷରେ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଉକ୍ତ ଯାତ୍ରୀ ଜଣଙ୍କ ମାନସିକ ବିକାରଗ୍ରସ୍ତ ହୋଇଥିବାବେଳେ ତାଙ୍କୁ କ୍ୟାପିଟାଲ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ଇର୍ସାଦ ଓ ତାଙ୍କ ସହିତ ଯାତ୍ରା କରୁଥିବା ଅନ୍ୟଜଣଙ୍କୁ ପୋଲିସ ଜିମା ଦିଆଯାଇଥିବା ନେଇ ସୁତ୍ରରୁ ପ୍ରକାଶ ।
ଆହୁରି ମଧ୍ୟ ବିମାନଟି ଅବତରଣ କରିବା ପରେ ପାଖାପାଖି ସକାଳ ୭ଟା ୧୩ମି.ରେ ଏହା ଏୟାରପୋର୍ଟରୁ ଗନ୍ତବ୍ୟସ୍ଥଳ ଅଭିମୁଖେ ଯାତ୍ରା କରିଥିବା ନେଇ ବିଭାଗୀୟ ଅଧିକାରୀଙ୍କ ପକ୍ଷରୁ ସୂଚନା ମିଳିଛି ।
Comments are closed.