ଭୁବନେଶ୍ବର: ରାଜଧାନୀରେ ପୁଣି ଫୁଟିଲା ଗୁଳି । ଭୁବନେଶ୍ବର ଉପକଣ୍ଠ ଇନଫୋଭାଲି ଥାନା ଅଞ୍ଚଳର ଦେଉଳିଆ ପାଟଣା ଭାଇ ଭାଇ ମଠ ନିକଟରେ ଗୁଳିମାଡ଼ ହୋଇଛି । ଏଥିରେ ଜଣେ ଗୁରୁତର ହୋଇଥିବାବେଳେ, ଅନ୍ୟ ଜଣେ ଆହତ ହୋଇଛନ୍ତି ।
ଦୁଇ ଜଣ ଦୁର୍ବୃତ୍ତ ମୁଖା ପିନ୍ଧି ଆସି ୪ ରାଉଣ୍ଡ ଫାୟାରିଂ କରିଥିଲେ । ଗୁଳିମାଡ଼ରେ ଆହତ ହୋଇଥିବା ବ୍ୟକ୍ତି ହେଉଛନ୍ତି ସୁନିଲ କୁମାର ବାରିକ ଘର ଚଅରପୁର । ସେହିପରି ଅନ୍ୟ ଜଣେ ହେଉଛନ୍ତି ଅଶୋକ । ସୁନିଲଙ୍କ ଅବସ୍ଥା ସଂକଟାପନ୍ନ ରହିଥିବାବେଳେ, ଉଭୟଙ୍କୁ ଏମ୍ସ ରେ ଭର୍ତ୍ତି କରାଯାଇଛି ।
ଗୁଳିମାଡ଼ର କାରଣ ଅସ୍ପଷ୍ଟ ରହିଥିବା ବେଳେ ଜମିବାଡ଼ି ଜବରଦଖଲରୁ କେନ୍ଦ୍ର କରି ଗୁଳିମାଡ଼ ହୋଇଥିବା କୁହାଯାଉଛି । ସିସିଟିଭି ଫୁଟେଜକୁ ଆଧାର କରି ପୋଲିସ ତଦନ୍ତ ଜାରି ରହିଛି ।
Comments are closed.