ଭୁବନେଶ୍ବର: ଅଦିନିଆ ବର୍ଷା ବି ପ୍ରାକୃତିକ ବିପର୍ଯ୍ୟୟ । ଆଜି କୃଷି ଓଡିଶା କାର୍ଯ୍ୟକ୍ରମରେ ଯୋଗ ଦେଇ ଏମିତି କିଛି ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଅଦିନିଆ ବର୍ଷାକୁ ପ୍ରାକୃତିକ ବିପର୍ଯ୍ୟୟ ବୋଲି ଘୋଷଣା କରିଛନ୍ତି । ଏଥିପାଇଁ ସରକାରୀ ପାଣ୍ଠିରୁ ସହାୟତା ରାଶି ଚାଷୀଙ୍କୁ ପ୍ରଦାନ କରାଯିବ ।
ଏନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଅଦିନିଆ ବର୍ଷା ବି ପ୍ରାକୃତିକ ବିପର୍ଯ୍ୟୟ । ଏଥିପାଇଁ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନାର ରିଲିଫ୍ ପାଣ୍ଠିରୁ ସହାୟତା ପ୍ରଦାନ କରାଯିବ । ଫସଲ ନଷ୍ଟ ହୋଇଥିବା ଚାଷୀଙ୍କୁ ସହାୟତା ଯୋଗାଇ ଦେବେ ସରକାର ଯେଉଁ ଚାଷୀମାନଙ୍କର ୩୩ ପ୍ରତିଶତରୁ ଅଧିକ ଫସଲ ନଷ୍ଟ ହୋଇଥିବ ସେମାନଙ୍କୁ ଏହି ସହାୟତା ପ୍ରଦାନ କରାଯିବ ।
ତେବେ ଗତ ବର୍ଷ ଡିସେମ୍ବରରେ ତୁହାକୁ ତୁହା ଦୁଇଟି ପର୍ଯ୍ୟାୟରେ ଲଘୁଚାପ ଜନିତ ଅଦିନିଆ ବର୍ଷା ଚାଷୀକୂଳର ଅଣ୍ଟା ଭାଙ୍ଗି ଯାଇଛି । ଯାହାକୁ ନେଇ ଏବେ ଚାଷୀଭାଇ ସରକାରଙ୍କ ସହାୟତାକୁ ଅନେଇ ଥିବା ବେଳେ ଏହି ନିକଟରେ ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀଙ୍କ ସମେତ ଅନ୍ୟ ମନ୍ତ୍ରୀମାନେ ବିଭିନ୍ନ ଜିଲ୍ଲା ଓ ଅଞ୍ଚଳ ଗସ୍ତି କରି ସେଠିକା ଚାଷୀ ଓ କ୍ଷେତ ବୁଲିଦେଖିଥିଲେ । ଏଥିସହିତ ଅଦିନିଆ ବର୍ଷାର କ୍ଷୟକ୍ଷତି ଆକଳନ କରିଥିଲେ । ଏହାକୁ ନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଅଦିନିଆ ବର୍ଷାରେ ୬ ଲକ୍ଷ ୬୬ ହଜାର ୭ଶହ ଚାଷୀ କ୍ଷତିଗ୍ରସ୍ତ ହୋଇଛନ୍ତି । ଏଥିସହିତ୨ ଲକ୍ଷ ୯୧ ହଜାର ହେକ୍ଟର ଫସଲ କ୍ଷତି ହୋଇଛି । ଏହାକୁ ନେଇ କ୍ଷତିଗ୍ରସ୍ତ ହୋଇଥିବା ଚାଷୀଙ୍କୁ ୨୯୧ କୋଟି ସହାୟତା ମିଳିବ ବୋଲି ଘୋଷଣା କରଇଚନ୍ତି ମୁଖ୍ୟମନ୍ତ୍ରୀ ।
Comments are closed.