Latest Odisha News

BREAKING NEWS

ଦିଲ୍ଲୀରେ ୧୫ ବର୍ଷରୁ କମ ବୟସ୍କ ପିଲା ଓ ଟିକା ନେଇନଥିବା ବ୍ୟକ୍ତି ସାଧାରଣତନ୍ତ୍ର ଦିବସ ପରେଡକୁ ଯିବାମନା

ନୂଆଦିଲ୍ଲୀ : ସାଧାରଣତନ୍ତ୍ର ଦିବସ ପାଇଁ ଆସିଲା ଗାଇଡ ଲାଇନ । ଟିକା ନନେଇଥିବା ବ୍ୟକ୍ତି ଓ ୧୫ ବୟସରୁ କମ ବୟସ୍କ ପିଲା ସାଧାରଣତନ୍ତ୍ର ଦିବସ ପରେଡକୁ ଯାଇ ପାରିବେ ନାହିଁ ବୋଲି ନୂଆ ଗାଇଡ ଲାଇନ ଆସିଛି । ୧୫ ବୟସରୁ କମ ବୟସର ପିଲାମାନେ ଯେଉଁମାନେ ଟିକା ନେଇନାହାନ୍ତି ସେମାନେ ପରେଡରେ ଅଂଶଗ୍ରହଣ କରିପାରିବେ ନାହିଁ କି କାଯ୍ୟକ୍ରମରେ ଯୋଗଦେଇ ପାରିବେ ନାହିଁ ଦିଲ୍ଲୀ ପୋଲିସ ପକ୍ଷରୁ ସୂଚନା ମିଳିଛି ।

ଜାନୁଆରୀ ୨୬ ରେ ରାଜପଥରେ ହେବାକୁ ଥିବା କାର୍ୟ୍ୟକ୍ରମରେ ଲୋକଙ୍କୁ  ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତା ବଜାୟ ରଖିବା ଭଳି ସମସ୍ତ କୋଭିଡ-ପ୍ରୋଟୋକଲ ମାନିବାକୁ ପଡିବ ବୋଲି ପୋଲିସ କହିଛି।ଦିଲ୍ଲୀ ପୋଲିସ ଟୁଇଟ୍ କରି କହିଛନ୍ତି, “ଆଣ୍ଟି-କରୋନାଭାଇରସ୍ ଟିକା ଉଭୟ ଡୋଜ ରହିବା ଆବଶ୍ୟକ। ପରିଦର୍ଶକମାନଙ୍କୁ ସେମାନଙ୍କ ଟୀକାକରଣ ପ୍ରମାଣପତ୍ର ଆଣିବାକୁ ଅନୁରୋଧ କରାଯାଇଛି।”

ସକାଳ ୭ ଟାରୁ ସମସ୍ତଙ୍କୁ ଆସି ପହଁଞ୍ଚିବାକୁ ଦିଲ୍ଲୀ ପୋଲିସ ପକ୍ଷରୁ ଅନୁରୋଧ କରାଯାଇଛି । କାର ପାର୍କି ବ୍ୟବସ୍ଥା ମଧ୍ୟ ସୁଚାର ରୂପେ କରାଯାଇଛି ।  ।ଚଳିତ ଥର ଗଣତନ୍ତ୍ର ଦିବସରେ ସୁରକ୍ଷା ଦୃଷ୍ଟିରୁ ୭୧ ଡିସିପି, ୨୧୩ ଏସପି ୭୫୩ ଇନିସ୍ପେକ୍ଟର ସମେତ ୨୭,୭୨୩ ଦିଲ୍ଲୀରେ ପୋଲିସ କର୍ମଚାରୀ ନିୟୋଜିତ ହୋଇଛନ୍ତି । ଏହା ସହ କଡା ସୁରକ୍ଷା ପାଇଁ ଆକାଶମାର୍ଗରେ ଡ୍ରୋନ ବୁଲିବା ବ୍ୟବସ୍ଥା ମଧ୍ୟ କରାଯାଇଛି ବୋଲି ଦିଲ୍ଲୀ ପୋଲିସ ସୂଚନା ଦେଇଛି ।

 

Comments are closed, but trackbacks and pingbacks are open.