Latest Odisha News

ସିଲ ହେଲା ଢ଼େଙ୍କାନାଳ ସିଭିଲ କୋର୍ଟ,୧୦ଜଣ କର୍ମଚାରୀ କରୋନା ପଜିଟିଭ

ଢ଼େଙ୍କାନାଳ: ମାଇକ୍ରୋ କଣ୍ଟେନମେଣ୍ଟ ସହ ସିଲ ହେଲା ଢ଼େଙ୍କାନାଳ ଜିଲ୍ଲା ସିଭିଲ କୋର୍ଟ । ୭୨ଘଣ୍ଟା ପାଇଁ ସିଲ୍ କଲା ପୌର ପ୍ରଶାସନ । ଏକାଧିକ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଜିଲ୍ଲାପାଳ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି ।

ସୂଚନା ଅନୁସାରେ, କୋର୍ଟର ୧୦ରୁ ଅଧିକ କର୍ମଚାରୀ କରୋନାରେ ସଂକ୍ରମିତ ହୋଇଛନ୍ତି । ଏହାକୁ ନେଇ ସିଭିଲ କୋର୍ଟ ପରିସରକୁ ଆଜିଠାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛି । ଏପରିକି ଆଗାମୀ ୭୨ ଘଣ୍ଟା ପାଇଁ କୋର୍ଟକୁ ପୌର ପ୍ରଶାସନ ପକ୍ଷରୁ ସିଲ କରାଯାଇଛି । ଆଜି ସକାଳ ୭ରୁ ୨୭ତାରିଖ ସକାଳ ୭ଟା ଯାଏଁ ସିଲ୍ କଲା ପ୍ରଶାସନ ।

Comments are closed, but trackbacks and pingbacks are open.