Latest Odisha News

BREAKING NEWS

ପୋଲିସ ମାଡରେ ୧୭ ବର୍ଷୀୟ ବାଳକର ମୃତ୍ୟୁ; କନଷ୍ଟେବଳ ନିଲମ୍ବିତ

ଉନାଓ: ରାଜ୍ୟରେ ଚାଲିଥିବା ‘କରୋନା କର୍ଫ୍ୟୁ’କୁ ଉଲ୍ଲଂଘନ କରିଥିବାରୁ ପୋଲିସ ଜଣେ ୧୭ ବର୍ଷୀୟ ବାଳକକୁ ତାଙ୍କୁ ମାଡ ମାରିବା ପରେ ଶୁକ୍ରବାର ଦିନ ଉକ୍ତ ବାଳକର ମୃତ୍ୟୁ ଘଟିଥିବା ନେଇ ତାଙ୍କ ପରିବାର ଦାବି କରିଛନ୍ତି।

ଏହା ପରେ ଜଣେ କନଷ୍ଟେବଳଙ୍କୁ ନିଲମ୍ବିତ କରାଯାଇଥିଲା ଏବଂ ଜଣେ ହୋମଗାର୍ଡ ଯବାନଙ୍କୁ ବରଖାସ୍ତ କରାଯାଇଥିବା ସୂଚନା ମିଳିଛି। ଏମିତି ଏକ ଅଭାବନୀୟ ଘଟଣା ବଙ୍ଗରମାଉ ଅଞ୍ଚଳର ଭଟପୁରୀ ଅଞ୍ଚଳରେ ଘଟିଛି।

ବାଳକଟି ତାଙ୍କ ଘର ବାହାରେ ପନିପରିବା ବିକ୍ରି କରୁଥିବା ବେଳେ ଏଭଳି ଘଟଣା ଘଟିଥିଲା।

ପୋଲିସ କହିଛି ଯେ ସମ୍ପୃକ୍ତ ପୋଲିସ କର୍ମଚାରୀଙ୍କ ବିରୋଧରେ ଏଫଆଇଆର ଦାଖଲ କରାଯାଇଛି ଏବଂ ସମଗ୍ର ମାମଲାର ତଦନ୍ତ ହେବ।

Leave A Reply

Your email address will not be published.