Latest Odisha News

ବାଘ ଦେଖିବାକୁ ଯାଇ ୨ ଗାଇଡ ସମେତ ୪ ସସ୍‌ପେଣ୍ଡ

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ପିଲିଭିତ ଟାଇଗର ରିଜର୍ଭ ଫରେଷ୍ଟରେ ଏକ ସଫାରି ସମୟରେ ନିୟମ ଉଲ୍ଲଂଘନ କରିବା ସହ ପର୍ଯ୍ୟଟକଙ୍କୁ ବାଘ ନିକଟକୁ ନେଇଯିବା ଅଭିଯୋଗରେ ଦୁଇ ଜଣ ଗାଇଡ୍ ଏବଂ ୨ ଜଣ ଡ୍ରାଇଭରଙ୍କୁ ନିଲମ୍ବିତ କରାଯାଇଛି। ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି।

ବାଘ ପ୍ରକଳ୍ପରେ ପର୍ଯ୍ୟଟକଙ୍କୁ ବୁଲାଇବା ବେଳେ କିଛି କର୍ମଚାରୀ ଓ ଡ୍ରାଇଭର ନିୟମ ବାହାରକୁ ଯାଇ ପର୍ଯ୍ୟଟକଙ୍କୁ ବାଘଙ୍କ ନିକଟକୁ ନେଇଗଲେ। ଏପରି ଏକ ଘଟଣାର ଭିଡିଓ ଭାଇରାଲ ହେବା ପରେ ସମୁଦାୟ ୪ ଜଣଙ୍କୁ ସସ୍‌ପେଣ୍ଡ କରାଯାଇଛି। ସେମାନଙ୍କ ମଧ୍ୟରେ ୨ଜଣ ଗାଇଡ ଓ ଦୁଇ ଜଣ ବସ୍‌ ଡ୍ରାଇଭର ଅଛନ୍ତି । ରିଜର୍ଭ ଡେପୁଟି ଡାଇରେକ୍ଟର ମନୀଷ ସିଂ ମହୋଦ ରେଞ୍ଜ ଆଞ୍ଚଳିକ ବନ ଅଧିକାରୀ ସାହେନ୍ଦ୍ର ଯାଦବଙ୍କଠାରୁ ରିପୋର୍ଟ ମାଗିଥିଲେ। ଅଧିକାରୀ କହିଛନ୍ତି ଯେ ଡେପୁଟି ଡାଇରେକ୍ଟରଙ୍କ ନିର୍ଦ୍ଦେଶରେ ଯାଦବ ନିୟମ ଉଲ୍ଲଂଘନ କରି ଦୁଇ ଗାଇଡ୍ ଏବଂ ଦୁଇ ଡ୍ରାଇଭରଙ୍କୁ ୧୫ ଦିନ ପାଇଁ ନିଲମ୍ବିତ କରିଛନ୍ତି।

ଏହି ଘଟଣା ବୁଧବାରର ବୋଲି ଜଣାଯାଇଛି। ଉକ୍ତ ସମୟରେ ବାଘ ସଫାରୀ ମଧ୍ୟରେ ପର୍ଯ୍ୟଟକମାନେ ବସ୍‌ ଯୋଗେ ବୁଲୁଥିଲେ। ଉକ୍ତ ସମୟରେ ଏକ ପର୍ଯ୍ୟଟକମାନେ ଏକ ବାଘକୁ ଦେଖିଥିଲେ। ଏହାପରେ ସେମାନଙ୍କ କହିବାନୁଯାୟୀ ଡ୍ରାଇଭର ନିୟମ ଉଲ୍ଲଘଂନ କରି ଉକ୍ତ ବାଘ ନିକଟକୁ ଗାଡ଼ିକୁ ନେଇ ଯାଇଥିଲେ। ଏହାର ଏକ ଭିଡିଓ ଭାଇରାଲ ହେବା ପରେ ଟାଇଗର ରିଜର୍ଭର ଉପନିର୍ଦ୍ଦେଶକ କ୍ଷେତ୍ରୀୟ ବନ ଅଧିକାରୀଙ୍କୁ ଏନେଇ ରିପୋର୍ଟ ମାଗିଥିଲେ। ଏହାପରେ ନିୟମ ଉଲ୍ଲଘଂନ ଅଭିଯୋଗରେ ସେଠାରେ ଉପସ୍ଥିତ ଥିବା ୨ ଗାଇଡ ଓ ୨ ଡ୍ରାଇଭରଙ୍କୁ ୧୫ ଦିନ ପାଇଁ ସସ୍‌ପେଣ୍ଡ କରାଯାଇଛି।

ସୂଚନାଯୋଗ୍ୟ, କିଛି ମାସ ପୂର୍ବେ ପିଲିଭିତ ଟାଇଗର ରିଜର୍ଭ ଫରେଷ୍ଟ ଅଞ୍ଚଳରେ କିଛି ମାସ ପୂର୍ବେ ଏକ ବାଘ ନିଜ ଜମିରେ ଚାଷ କରୁଥିବା ଜଣେ ଚାଷୀଙ୍କୁ ନିଜ ଶିକାର କରିଥିଲା। ଏହି ଘଟଣା ଯୋଗୁଁ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ଖେଳି ଯାଇଥିଲା। ଏହାପରେ ଏଠାରେ ଅନେକ କଡା ନିୟମ ଆସିଯାଇଛି।

 

Comments are closed.