Latest Odisha News

ବେକରେ ଜୋତାମାଳ ପକାଇ ନିର୍ବାଚନ ପ୍ରଚାର

ଉତ୍ତରପ୍ରଦେଶ: ରାଜ୍ୟରେ ଭୋଟରଙ୍କୁ ନିଜ ଆଡକୁ ଆକୃଷ୍ଟ କରିବାକୁ ପ୍ରାର୍ଥୀ ଆପଣାଉଛନ୍ତି ଭିନ୍ନ ଭିନ୍ନ ଢଙ୍ଗ । ଦେଶର ୫ଟି ରାଜ୍ୟରେ ଚଳିତମାସ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏହି କ୍ରମରେ ଏବେ ପ୍ରାର୍ଥୀମାନେ ନିଜ ନିଜ ନିର୍ବାଚନୀ ପ୍ରଚାରକୁ ଜୋରଦାର କରିବାରେ ଲାଗିପଡିଛନ୍ତି ।

ଉତ୍ତରପ୍ରଦେଶର ଆଲିଗଡ ନିର୍ବାଚନ ମଣ୍ଡଳୀରେ ଲଢୁଥିବା ଜଣେ ପ୍ରାର୍ଥୀଙ୍କ ନିଆରା ପ୍ରଚାର ଏବେ ଚର୍ଚ୍ଚା ସାଉଁଟିଛି । ପ୍ରାର୍ଥୀ ପଣ୍ଡିତ କେଶବ ଦେବ ବେକରେ ଜୋତା ମାଳ ପକାଇ ନିର୍ବାଚନ ପ୍ରଚାର କରୁଥିବା ଦେଖିବାକୁ ମିଳିଛି । ପଣ୍ଡିତ କେଶବ ଦେବ କହିଛନ୍ତି ଯେ, ତାଙ୍କୁ ର୍ନିବାଚନ ଚିହ୍ନ ଭାବେ ଜୋତା ଚିହ୍ନ ମିଳିଥିବାରୁ ସେ ଏଭଳି ଜୋତାମାଳ ପିନ୍ଧି ପ୍ରଚାର କରୁଛନ୍ତି ।

ଏହାସହ ସେ କହିଛନ୍ତି ଯେ, ଦେଶରେ ବଢି ଚାଲିଥିବା ଭ୍ରଷ୍ଟାଚାରକୁ ସେ ଜୋତା ମାରି ହଟେଇବେ । ପ୍ରାର୍ଥୀ ଜଣଙ୍କ ସ୍ୱାଧୀନଭାବେ ଲଢୁଥିବା ବେଳେ ତାଙ୍କୁ ଶିବସେନା ସମର୍ଥନ କରୁଛି ବୋଲି ଜଣାପଡିଛି ।

Comments are closed, but trackbacks and pingbacks are open.