Latest Odisha News

BREAKING NEWS

ଘୋଷଣା ହେଲା ରଣଜୀ ଟ୍ରଫିର ନୂତନ କାର୍ଯ୍ୟସୂଚୀ: ଗ୍ରୁପ ଡିରେ ଓଡିଶା

ଭୁବନେଶ୍ୱର: ବିସିସିଆଇ ଆଗାମୀ ରଣଜୀ ଟ୍ରଫି କ୍ରିକେଟର କାର୍ଯ୍ୟସୂଚୀ ଘୋଷଣା କରିଛି । ପୂର୍ବରୁ ଏହା ୨ଟି ପର୍ଯାୟରେ ହେବ ବୋଲି ସୂଚନା ଦିଆଯାଇଥିଲା, ଯାହା କି ବଳବତର ରହିଛି । ପ୍ରଥମ ପର୍ଯ୍ୟାୟ ଆଇପିଏଲ ୨୦୨୨ ସଂସ୍କରଣ ପୂର୍ବରୁ ଏବଂ ଦ୍ୱିତୀୟ ପର୍ଯ୍ୟାୟ ଏହା ପରେ ଆୟୋଜିତ ହେବ । ବିସିସିଆଇ ସେକ୍ରେଟାରୀ ଜୟ ଶାହ ଏ ନେଇ ରାଜ୍ୟ ସଂଘଗୁଡିକୁ ପତ୍ର ଲେଖି ଜଣାଇଛନ୍ତି । ଫେବୃୟାରୀ ୧୦ରୁ ମାର୍ଚ୍ଚ ୧୫ ପ୍ରଥମ ପର୍ଯ୍ୟାୟ ଏବଂ ମେ ୩୦ରୁ ୨୬ ଜୁନ ପର୍ଯ୍ୟନ୍ତ ଦ୍ୱିତୀୟ ପର୍ଯ୍ୟାୟ ଆୟୋଜିତ ହେବ । ଓଭରାଲ ୬୨ ଦିନରେ ୬୪ ମ୍ୟାଚ ଖେଳାଯିବ । ଏଲିଟ ଗ୍ରୁପରେ ୮ଟି ଅଲଗା ଅଲଗା ଗ୍ରୁପ କରାଯାଇଛି । ପ୍ରତ୍ୟେକ ଗ୍ରୁପରେ ୪ଟି ଲେଖାଁଏ ଟିମ ରହିବେ । ଓଡିଶା ଗ୍ରୁପ ଡିରେ ସୌରାଷ୍ଟ୍ର, ମୁମ୍ବାଇ ଓ ଗୋଆ ଟିମ ସହିତ ରହିଛି ।

BjdElectrycity

ପ୍ଲେଟ ଗ୍ରୁପରେ ୬ ଟିମ ରହିବେ । ଏଲିଟ ଗ୍ରୁପରୁ ଗୋଟିଏ ଲେଖାଁଏ ଟିମ କ୍ୱାର୍ଟର ଫାଇନାଲକୁ ଯିବେ । ସବୁଠାରୁ କମ ର‌୍ୟାଙ୍କ ଟିମ ପ୍ଲେଟ ଗ୍ରୁପର ଏକ ନମ୍ବର ଟିମକୁ ଭେଟିବ । ଏହା ପରେ ସେମିଫାଇନାଲ ଓ ଫାଇନାଲ ମ୍ୟାଚ ଖେଳାଯିବ । ରାଜକୋଟ, କଟକ, ଚେନ୍ନାଇ, ଅହମ୍ମଦାବାଦ, ତ୍ରିଭେନ୍ଦ୍ରମ, ଦିଲ୍ଲୀ, ହରିୟାଣା ଓ ଗୌହାଟୀରେ ଏଲିଟ ଗ୍ରୁପର ମ୍ୟାଚ ଖେଳାଯିବ । କୋଲକାତାରେ ପ୍ଲେଟ ଗ୍ରୁପର ସମସ୍ତ ମ୍ୟାଚ ହେବ । ପ୍ରଥମେ ଏହି ଟୁର୍ଣ୍ଣାମେଂଟ ୧୩ ଜାନୁୟାରୀରେ ହେବାକୁ ଥିଲା । ତେବେ କରୋନା ସଂକ୍ରମଣ ଯୋଗୁ ଏହାକୁ ଘୁଂଚା ଯାଇଥିଲା ।

Comments are closed, but trackbacks and pingbacks are open.