Latest Odisha News

ବାହାରେ ଭେଜ ବିରିୟାନୀ ଖାଉଥିଲେ ସାବଧାନ , ବାହାରୁଛି ହାଡ!

ଝାନ୍ସୀ:ଭେଜ ବିରିୟାନୀ ଖାଉଥିବେ ଆଉ ସେଥିରୁ ବାହାରିବ ହାଡ । ଆପଣ କଣ କରିବେ । ଆଜ୍ଞା ଏପରି ଅଭାବନୀୟ ଘଟଣା ଘଟିଛି ଉତ୍ତରପ୍ରଦେଶର ଝାନ୍ସୀରେ । ଏହି ଘଟଣାର ଖବର ପାଇବା ପରେ ରାଷ୍ଟ୍ର ଭକ୍ତ ସଂଗଠନ ସମେତ ଅନ୍ୟ କେତେକ ହିନ୍ଦୁ ସଂଗଠନର କାର୍ଯ୍ୟକର୍ତ୍ତା ସେଠାରେ ପହଞ୍ଚିଥିଲେ, ସେତେବେଳେ ଦୋକାନୀ ଜଣକ ଦୋକାନ ବନ୍ଦ କରି ସେଠାରୁ ପଳାଇ ଯାଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିବା ପରେ ଫେରାର ହୋଇଥିବା ଦୋକାନୀଙ୍କୁ ଖୋଜୁଛି ।

ଏଥିସହ ହଙ୍ଗାମାର ଖବର ଶୁଣିବା ପରେ ସହରର ମାଜିଷ୍ଟ୍ରେଟ୍‌ ସେଠାରେ ପହଞ୍ଚି ଘଟଣା ସଂପର୍କରେ ଟିକ୍‌ନିକ୍‌ କଥା ବୁଝିଛନ୍ତି।

ଖବରମୁତାବକ, ଝାନ୍ସୀର ନବାବାଦ ଥାନାର ଆସିକ ଛକରେ ହାଇଦ୍ରାବାଦୀ ଭେଜ୍‌ ବିରିୟାନୀର ଏକ ଆଉଟ୍‌ଲେଟ୍‌ ରହିଛି। ଯାହା ସମୀର ଖାନ୍‌ ନାମକ ଜଣେ ଯୁବକଙ୍କର ଅଟେ । ବୁଧବାର ଦିନ ଶିବା ନାମକ ଯୁବକ ନିଜର ସାଙ୍ଗ ମାନଙ୍କ ସହ ସେହି ଦୋକନକୁ ଭେଜ ବିରିୟାନୀ ଖାଇବାକୁ ଯାଇଥିଲେ । ଏହି ସମୟରେ ହାଡର ଛୋଟ ଖଣ୍ଡ ସେହି ଭେଜ ବିରିୟାନୀରୁ ବାହାରିଥିଲା । ଏହାପରେ ଦୋକାନୀ ସହ ବିବାଦ ହୋଇଥିଲା । ଅଧିକ ହଙ୍ଗମା ହେବାରୁ ଶିବା ନିଜର ସାଙ୍ଗ ଓ ହିନ୍ଦୁ ସଂଗଠନକୁ ସୂଚନା ଦେଇଥିଲେ।

ଖାଦ୍ୟ ବିଭାଗ ଟିମ୍ ଦୋକାନରେ ରଖାଯାଇଥିବା ବିରିୟାନିର ନମୁନା ସଂଗ୍ରହ କରିଛି, ଏହା ପରେ ଏହାକୁ ପରୀକ୍ଷଣ ପାଇଁ ପଠାଯାଇଛି । ପୋଲିସ ଦୀର୍ଘ ସମୟ ଧରି ଦୋକାନୀକୁ ଖୋଜିବାକୁ ଚେଷ୍ଟା କଲା, କିନ୍ତୁ ଯେତେବେଳେ ତାଙ୍କୁ ମିଳିଲା ନାହିଁ, ତାଙ୍କ ଦୋକାନକୁ ସିଲ୍ କରାଯାଇଥିଲା । ଖାଦ୍ୟ ରିପୋର୍ଟ ଆସିବା ପରେ ଅଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

 

Comments are closed.