ଲକ୍ଷ୍ନୌ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦେଖିଲେ ଫିଲ୍ମ ‘ତେଜସ’। ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁସ୍କର ସିଂହ ମଧ୍ୟ ଏହି ଫିଲ୍ମ ଦେଖିଲେ। ଏହି ସମୟରେ ଅଭିନେତ୍ରୀ କଙ୍ଗନା ରଣାୱତ ମଧ୍ୟ ଉପସ୍ଥିତ ଥିଲେ। କଙ୍ଗନାଙ୍କ ଫିଲ୍ମର ସ୍ବତନ୍ତ୍ର ସ୍କ୍ରିନିଂ ଲୋକ ଭବନ ଅଡିଟୋରିୟମରେ କରାଯାଇଥିଲା। ଯେଉଁଥିରେ ବହୁ ସଂଖ୍ୟାରେ ବିଜେପି କର୍ମୀ ଏବଂ ନେତା ମଧ୍ୟ ଭାଗ ନେଇଥିଲେ। ଏନେଇ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ।
ତେଜସ ଫିଲ୍ମର କାହାଣୀ ହେଉଛି ଭାରତୀୟ ବାୟୁସେନାର ଅଦମ୍ୟ ସାହସର କାହାଣୀ। ଯେଉଁଥିରେ କଙ୍ଗନା ତେଜସ ଗିଲ ନାମକ ଜଣେ ବାୟୁସେନା ଅଧିକାରୀଙ୍କ ଭୂମିକାରେ ଅଭିନୟ କରିଛନ୍ତି, ଯିଏ ଏଜେଣ୍ଟକୁ ଉଦ୍ଧାର କରିବା ପାଇଁ ପାକିସ୍ତାନ ଯାଆନ୍ତି। ମଙ୍ଗଳବାର ସକାଳ ୧୧ଟାରେ ମୁଖ୍ୟମନ୍ତ୍ରୀ ମଧ୍ୟ କ୍ୟାବିନେଟ ବୈଠକ ଡାକାଇଥିଲେ। ଯେଉଁଥିରେ ୟୁପିର ଉଭୟ ଉପମୁଖ୍ୟମନ୍ତ୍ରୀ ସେଠାରେ ଉପସ୍ଥିତ ଥିଲେ। ଏହି ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟ ନିଆଯାଇଛି। ବୈଠକ ପରେ ମୁଖ୍ୟମନ୍ତ୍ରୀ ତାଙ୍କର ସମସ୍ତ ମନ୍ତ୍ରୀଙ୍କ ସହ ତେଜସ ଫିଲ୍ମର ସ୍ବତନ୍ତ୍ର ସ୍କ୍ରିନିଂ ଦେଖିଛନ୍ତି।
ଖବର ଅନୁଯାୟୀ, ତେଜସ ଫିଲ୍ମକୁ ୟୁପିରେ ଟ୍ୟାକ୍ସମୁକ୍ତ କରାଯାଇପାରିବ। ଏହି ଚଳଚ୍ଚିତ୍ରଟି ତେଜାସ ବାୟୁସେନା ଉପରେ ଆଧାରିତ। ଫିଲ୍ମଟି UFO ସିନେ ମିଡିଆ ନେଟୱାର୍କ ସହିତ ମିଳିତ ଭାବରେ ସ୍କ୍ରିନିଂର ଆୟୋଜନ କରାଯାଇଥିଲା। ୟୁପିରେ ଅନେକ ଫିଲ୍ମକୁ ଟ୍ୟାକ୍ସମୁକ୍ତ କରାଯାଇଛି। ଏଥିମଧ୍ୟରୁ କାଶ୍ମୀର ଫାଇଲ୍ସ, କେରଳ ଷ୍ଟୋରୀ ଭଳି ଫିଲ୍ମ ମଧ୍ୟ ଟିକସମୁକ୍ତ କରାଯାଇଥିଲା। ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅକ୍ଷୟ କୁମାରଙ୍କ ଅଭିନୀତ ଚଳଚ୍ଚିତ୍ର ପ୍ରୀତିରାଜ ଏବଂ କାଶ୍ମୀର ଫାଇଲ ମଧ୍ୟ ଦେଖିଥିଲେ। ସେ ଏହି ଚଳଚ୍ଚିତ୍ରଗୁଡିକୁ ପ୍ରଶଂସା କରିଥିଲେ ଏବଂ ସେମାନଙ୍କ କଳାକାରମାନଙ୍କୁ ଭେଟି ସେମାନଙ୍କ ଉତ୍ସାହକୁ ମଧ୍ୟ ବଢାଇଥିଲେ।
Comments are closed.