Latest Odisha News

BREAKING NEWS

ସିନ ରିକ୍ରେସନ ବେଳେ ସତ ମାନିଲା ଅଭିଯୁକ୍ତ : କମେଣ୍ଟମରାକୁ କେନ୍ଦ୍ର କରି ହତ୍ୟା କରିଥିବା ସ୍ବୀକାର

ବରଗଡ: ଅମ୍ବାଭୋନା ଥାନା ସାନ ଦର୍ଲୀପାଲି ଗାଁରେ କମେଣ୍ଟମରାକୁ କେନ୍ଦ୍ର କରି ଯୁବକଙ୍କୁ ହତ୍ୟା ଘଟଣା  । କମେଣ୍ଟମରାକୁ କେନ୍ଦ୍ର କରି ହତ୍ୟା କରିଥିବା ସ୍ବୀକାର କରିଛି ଅଭିଯୁକ୍ତ । ସିନ ରିକ୍ରେସନ ବେଳେ ଅଭିଯୁକ୍ତ ଜଣକ ସତ ମାନିଛି । ମୃତକ ରାଜେଶ ବେହେରା ବୋଲି ଜଣାପଡିଛି । ପୂର୍ବ ଶତ୍ରୁତା ଏବଂ କମେଣ୍ଟମରାକୁ କେନ୍ଦ୍ର କରି ରାଜେଶଙ୍କୁ ଗାଁର ଅରୁଣ ଦାସ ନାମକ ଜଣେ ଯୁବକ ହତ୍ୟା କରିଥିଲା । ପୋଲିସ ଆଜି ହତ୍ୟାକାଣ୍ଡ ର ମୁଖ୍ୟ ଅଭିଯୁକ୍ତ ଅରୁଣ ଦାସକୁ ନେଇ ଘଟଣାର ସିନ ରିକ୍ରେସନ କରିବା ବେଳେ ଅଭିଯୁକ୍ତ ଅରୁଣ ସବୁ ସତ ମାନିଛି । ମୃତ ରାଜେଶ ବେହେରା ଙ୍କ ସହିତ ହତ୍ୟାକାରୀଙ୍କର ପୂର୍ବ ଶତ୍ରୁତା ରହିଥିଲା ।

ରାଜେଶ ବାରମ୍ବାର ଅରୁଣଙ୍କ ଭଉଣୀ ସହ ଖରାପ ବ୍ୟବହାର କରିବା ସହ କମେଣ୍ଟ ମାରୁଥିଲା ।  ଏଥିଯୋଗୁଁ ଗତ ଅକ୍ଟୋବର ୧୯ତାରିଖ ସକାଳେ ରାଜେଶ ବିଲରେ ପାଣି ମଡାଉଥିବା ବେଳେ ଅରୁଣ ଏକ ୫ ଫୁଟିଆ ଲୁହା ପାଇପ ରେ ପଛଆଡୁ ମରଣାନ୍ତକ ଆକ୍ରମଣ କରିଥିଲା  । ଏବଂ  ଘଟଣାସ୍ଥଳରୁ ଫେରାର ମାରିଥିଲା । ପ୍ରାୟ ୧ ଘଣ୍ଟା ପରେ ରାଜେଶ ଙ୍କ ଅଜା ବିହାରୀ ବେହେରା ଘଟଣାସ୍ଥଳରୁ ଗୁରୁତର ଆହତ ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ବୁର୍ଲାସ୍ଥିତ ଡାକ୍ତରଖାନାକୁ ନେଇଥିଲେ। ସେଠାରେ ସେ ଚିକିତ୍ସିତ ଅବସ୍ଥାରେ ରାଜେଶଙ୍କର ମୃତ୍ୟୁ ଘଟିଥିଲା ।  ମୃତକ ରାଜେଶଙ୍କ ମାଆ ଏ ନେଇ ଥାନାରେ ଅଭିଯୋଗ କରିଥିଲେ । ପୋଲିସ  ଘଟଣାରେ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।

Leave A Reply

Your email address will not be published.