ଉତ୍ତରପ୍ରଦେଶ : ଧର୍ମସ୍ଥଳ ଲୋଭରେ ଅଧର୍ମୀ ପାଲଟିଯାଉଛି ମଣିଷ । ଠାକୁରଙ୍କ ନାଁରେ ଜୀବନ ନେବାକୁ ବି ପଛାଉନିା ୟୁପି ଶାହାଜାହାନପୁରରେ ଘଟିଛି ଏପରି ଏକ ଲୋମହର୍ଷଣକାରୀ ଘଟଣା । ମନ୍ଦିର ପୂଜକଙ୍କୁ ନିର୍ମମ ଭାବେ ହତ୍ୟା ପରେ ପୋଡିଦେଲା ଦୁର୍ବୃତ୍ତ । ଅଭିଯୁକ୍ତ ସୁମିତ ସିଂକୁ ଗିରଫ କରି ପଚରାଉଚରା କରିଛି ପୋଲିସ । ସୂଚନା ଅନୁସାରେ ଶାହାଜାହାନପୁର ସୁଥା ଗାଁରେ ଏକ ମନ୍ଦିରର ରକ୍ଷଣାବେକ୍ଷଣ ଦାୟିତ୍ୱରେ ଥିଲେ ୨ ଜଣ ପୂଜକ । ପ୍ରତିଦିନର ପୂଜାପାଠ ଠାରୁ ଆରମ୍ଭ କରି ପ୍ରତ୍ୟେକ ଜିନିଷର ଧ୍ୟାନ ରଖୁଥିଲେ ୬୦ ବର୍ଷୀୟ ବିହାରୀ ଦାସ ଓ ୭୦ ବର୍ଷୀୟ ଗୋପାଳ ଦାଶ । ବର୍ଷ ବର୍ଷ ଧରି ମନ୍ଦିରର ଦାୟିତ୍ୱ ନେବା ସହ ମନ୍ଦିରରେ ହିଁ ରହିଆସୁଥିଲେ । ଗୋପାଳ ଦାସଙ୍କ ନାଁରେ ପ୍ଲଟ୍ଟି ପଂଜିକୃତ ଥିଲା । ଅଗଷ୍ଟ ମାସରେ ଜେଲରୁ ଫେରିଥିଲା ସେହି ଗାଁର ଯୁବକ ସୁମିତ ସିଂ । ଧିରେ ଧିରେ ମନ୍ଦିର ପୂଜକଙ୍କ ସହ କଥା ହେବା ସହ ସେଠାରେ ରହିବାକୁ ଲାଗିଲା । ମନ୍ଦିରକୁ ନିଜ ନାଁରେ କରିବା ଲୋଭରେ ଗୁରୁବାର ଉଭୟ ପୂଜକଙ୍କୁ ଏକ ଭାରି ଜିନିଷରେ ପିଟି ମାରିଦେବା ସହ ପୋଡି ଦେଇଥିବା ପୋଲିସ ଏସପି ସୌରଭ ଦିକ୍ଷୀତ ସୂଚନା ଦେଇଛନ୍ତି । ପଚରାଉଚରା ବେଳେ ଅଭିଯୁକ୍ତ ତାର ଦୋଷ ମାନିଥିବା ପୋଲିସ ସ୍ପଷ୍ଟ କରିଛି । ପୋଲିସ ଅଭିଯୁକ୍ତ ବିରୋଧରେ ହତ୍ୟା କେସ୍ ଦାୟାର କରିବା ସହ ପୋଡା ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଛି ।
BREAKING NEWS
- Nana Patekar’s Real Name: ‘ନାନା’ ନଥିଲା ତାଙ୍କ ପ୍ରକୃତ ନାଁ; ମାଆଙ୍କ ବନ୍ଧୁଙ୍କ ସ୍ନେହର ଡାକ…ଆଜି ସେହି ନାଁରେ କାନ୍ଦୁଛି ସାରା ସିନେମା ଜଗତ
- ସାଉଦି ବିମାନବନ୍ଦର ଉପରେ ହୁତି ଆକ୍ରମଣ: ୩ ମୃତ, ୩୬ ଆହତ
- ଇଣ୍ଡିଆ ମେଣ୍ଟ ପକ୍ଷରୁ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ପାଳନ, କଂଗ୍ରେସର ରେଳରୋକ୍
- ଆରପାରିରେ ବଲିଉଡ ଭେଟେରାନ ଅଭିନେତା ନାନା ପାଟେକର; ୭୫ ବର୍ଷରେ ଗୋଆରେ…
- ଆଫଗାନିସ୍ତାନରେ ତାଲିବାନର ନିଷ୍ଠୁରତା: ୬୫ରୁ ଅଧିକ ବାଦ୍ୟଯନ୍ତ୍ର ପୋଡ଼ିଲେ ତାଲିବାନ୍
- କାଠଯୋଡ଼ି ପଠାରେ ମହିଳାଙ୍କ ରକ୍ତାକ୍ତ ମୃତଦେହ ଠାବ;ପରିଚୟ ଅସ୍ପଷ୍ଟ,ହତ୍ୟା ସନ୍ଦେହ
- ଜାତୀୟ ଟାଏକୋଣ୍ଡୋ ଚାମ୍ପିୟନସିପ: ଓଡିଶା ଟିମ ଜିତିଲା ୪୯ ପଦକ
- NSA-level India-Canada Security Dialogue:ଭାରତ-କାନାଡ଼ା NSAସ୍ତରୀୟ ସୁରକ୍ଷା ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି; ଆତଙ୍କବାଦ ବିରୋଧରେ ଉଭୟ ପକ୍ଷ ସହଯୋଗକୁ ସୁଦୃଢ଼ କରିବେ
- PM Modi meets LK Advani:ଆଡଭାନୀଙ୍କ ଆଶୀର୍ବାଦ ଲୋଡ଼ିଲେ ପିଏମ୍ ମୋଦୀ;କହିଲେ- ଦେଶ ପାଇଁ ତାଙ୍କର ଅବଦାନ ଗୁରୁତ୍ୱପୂର୍ଣ୍ଣ ବୋଲି
- ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି: ସାମାଜିକ ଓ ଶିକ୍ଷାଗତ ପଛୁଆ ବର୍ଗର ନାଗରିକଙ୍କ ପାଇଁ ସରକାର ଗଠନ କଲେ କମିଶନ

Comments are closed.