ଉତ୍ତରପ୍ରଦେଶ : ଧର୍ମସ୍ଥଳ ଲୋଭରେ ଅଧର୍ମୀ ପାଲଟିଯାଉଛି ମଣିଷ । ଠାକୁରଙ୍କ ନାଁରେ ଜୀବନ ନେବାକୁ ବି ପଛାଉନିା ୟୁପି ଶାହାଜାହାନପୁରରେ ଘଟିଛି ଏପରି ଏକ ଲୋମହର୍ଷଣକାରୀ ଘଟଣା । ମନ୍ଦିର ପୂଜକଙ୍କୁ ନିର୍ମମ ଭାବେ ହତ୍ୟା ପରେ ପୋଡିଦେଲା ଦୁର୍ବୃତ୍ତ । ଅଭିଯୁକ୍ତ ସୁମିତ ସିଂକୁ ଗିରଫ କରି ପଚରାଉଚରା କରିଛି ପୋଲିସ । ସୂଚନା ଅନୁସାରେ ଶାହାଜାହାନପୁର ସୁଥା ଗାଁରେ ଏକ ମନ୍ଦିରର ରକ୍ଷଣାବେକ୍ଷଣ ଦାୟିତ୍ୱରେ ଥିଲେ ୨ ଜଣ ପୂଜକ । ପ୍ରତିଦିନର ପୂଜାପାଠ ଠାରୁ ଆରମ୍ଭ କରି ପ୍ରତ୍ୟେକ ଜିନିଷର ଧ୍ୟାନ ରଖୁଥିଲେ ୬୦ ବର୍ଷୀୟ ବିହାରୀ ଦାସ ଓ ୭୦ ବର୍ଷୀୟ ଗୋପାଳ ଦାଶ । ବର୍ଷ ବର୍ଷ ଧରି ମନ୍ଦିରର ଦାୟିତ୍ୱ ନେବା ସହ ମନ୍ଦିରରେ ହିଁ ରହିଆସୁଥିଲେ । ଗୋପାଳ ଦାସଙ୍କ ନାଁରେ ପ୍ଲଟ୍ଟି ପଂଜିକୃତ ଥିଲା । ଅଗଷ୍ଟ ମାସରେ ଜେଲରୁ ଫେରିଥିଲା ସେହି ଗାଁର ଯୁବକ ସୁମିତ ସିଂ । ଧିରେ ଧିରେ ମନ୍ଦିର ପୂଜକଙ୍କ ସହ କଥା ହେବା ସହ ସେଠାରେ ରହିବାକୁ ଲାଗିଲା । ମନ୍ଦିରକୁ ନିଜ ନାଁରେ କରିବା ଲୋଭରେ ଗୁରୁବାର ଉଭୟ ପୂଜକଙ୍କୁ ଏକ ଭାରି ଜିନିଷରେ ପିଟି ମାରିଦେବା ସହ ପୋଡି ଦେଇଥିବା ପୋଲିସ ଏସପି ସୌରଭ ଦିକ୍ଷୀତ ସୂଚନା ଦେଇଛନ୍ତି । ପଚରାଉଚରା ବେଳେ ଅଭିଯୁକ୍ତ ତାର ଦୋଷ ମାନିଥିବା ପୋଲିସ ସ୍ପଷ୍ଟ କରିଛି । ପୋଲିସ ଅଭିଯୁକ୍ତ ବିରୋଧରେ ହତ୍ୟା କେସ୍ ଦାୟାର କରିବା ସହ ପୋଡା ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଛି ।
BREAKING NEWS
- UP Temple Case: ମନ୍ଦିର ମାଲିକାନା ପାଇଁ ମର୍ଡର
- ରାଜଧାନୀରେ ଲଜ୍ଜା, ବନ୍ଧୁକ ମୁନରେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ
- ଗରମରେ ସିଝିବ ଅକ୍ଟୋବର! ଶକ୍ତିଶାଳୀ ଏଲ୍ ନିନୋ ନେଇ ଚିନ୍ତା…
- ମହାନଦୀ ଜଳ ବିବାଦକୁ ନେଇ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ବଡ଼ ବୟାନ, କହିଲେ- ବୈଠକରେ ଯାହା ନିଷ୍ପତ୍ତି ହେବ ମାନିବୁ
- Smit Machchhar: ମରଣ ସହ ଲଢି ବୀରତ୍ବ ଦେଖାଇଲେ ଭାରତୀୟ ପାଇଲଟ୍…ସଲାମ୍ କରୁଛି ବିଶ୍ବ! ସୋସିଆଲ ମିଡିଆରେ ସ୍ମିତଙ୍କୁ ‘ଥାଙ୍କ୍ ୟୁ’ ବର୍ଷା…
- ବିଦାୟ ନେଉଛି ମୌସୁମୀ, ରାଜ୍ୟରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ରେକର୍ଡ
- ସୁଧୁରୁଛି ବନ୍ୟା ସ୍ଥିତି; ପୁନରୁଦ୍ଧାର କାର୍ଯ୍ୟ ପାଇଁ ଆଜି ଭଦ୍ରକରେ ୧୩୧ ସ୍କୁଲ ଛୁଟି
- Flydubai Attack: ମଝି ଆକାଶରେ ‘ଦେବଦୂତ’ ସାଜିଲେ ପ୍ଲମ୍ବର, ପାଣି ପାଇପ୍ ସଜାଡୁଥିବା ମଣିଷଟି ୧୭୪ ଜଣଙ୍କ ସଂସାର ଉଜୁଡିବାରୁ ବଞ୍ଚାଇ ଦେଲା!
- ଗଞ୍ଜାମରେ ଝାଡ଼ାବାନ୍ତି ଆତଙ୍କ; ୨ ମୃତ, ବହୁ ଗୁରୁତର
- ରକ୍ତରେ ଭିଜିଥିଲା କକପିଟ; ବଞ୍ଚାଇଲେ ଭାରତୀୟ ପାଇଲଟ୍, ପ୍ରଶଂସା କଲେ ବିଶ୍ୱ ନେତା
