ଭୁବନେଶ୍ୱର: ରାଜଧାନୀରେ ମାତିଛନ୍ତି ମାସ୍କ ମ୍ୟାନ୍ । ଘରେ ପଶି ବନ୍ଧୁକ ମୁନରେ ଲୁଟ୍ କଥା ତ ଶୁଣିଥିବେ, ହେଲେ ଏବେ ଘରେ ପଶି ଯୁବତୀଙ୍କୁ ଦୁଷ୍କମ ର୍ କରିଥିବା ଆସିଛି ସଙ୍ଗୀନ ଅଭିଯୋଗ । ଘଟଣା ଘଟିଛି ନୟାପଲ୍ଲୀ ଥାନା ବେହେରା ସାହି ଅଂଚଳରେ । ବୁଧବାର ବିଳମ୍ବିତ ରାତିରେ ଜଣେ ମୁଖାପିନ୍ଧା ଯୁବକ ଯୁବତୀ ରହୁଥିବା ଭଡା ଘରେ ଏକା ଥିବା ସମୟରେ ପଶି ବନ୍ଧୁକ ଦେଖାଇ ଦୁଷ୍କର୍ମ କରିଥିବା ଯୁବତୀ ଜଣଙ୍କ ଅଭିଯୋଗ କରିଛନ୍ତି । ଯୁବତୀଙ୍କୁ ମେଡିକାଲ ଟେଷ୍ଟ ପାଇଁ ପଠାଇ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଜଣେ ସନ୍ଦିଗ୍ଧଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଥିବା ସୂଚନା ମିଳିଛି । ଘଟଣାରେ ଠୋସ୍ ପ୍ରମାଣ ମିଳିଛି, ଖୁବଶୀଘ୍ର ତଦନ୍ତ ସରିବ ବୋଲି ଡିସିପି ସର୍ବଣା ବିବେକ ଏମ କହିଛନ୍ତି । ସମ୍ପୃକ୍ତ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଆଗରୁ ଯୁବତୀ ଜଣଙ୍କ ଜାଣିନଥିବା କହିଛନ୍ତି । ତେଣୁ ଜଣେ ଅଜଣା ବ୍ୟକ୍ତି ଘରେ ପଶି ଏ କାଣ୍ଡ ଭିଆଇଛନ୍ତି । ଯୁବତୀଙ୍କ ପ୍ରତିଦିନର ଗତିବିଧି ଉପରେ ସେ ନଜର ରଖୁଥିବା ସହ ବୁଧବାର ରାତିରେ କେମିତି ଘରେ ପଶିଲେ ସେଦିଗରେ ମଧ୍ୟ ତଦନ୍ତ ଜାରି ରହିଛି । ପୀଡିତା ଯୁବତୀ ଜଣଙ୍କ ତାଙ୍କ ଭଉଣୀଙ୍କ ସହ ଭଡା ଘରେ ରହୁଥିଲେ । ଭଉଣୀ ଘରେ ନଥିବାର ସୁଯୋଗରେ ଘରେ ପଶିଥିଲେ ମୁଖାପିନ୍ଧା ଯୁବକ । ପ୍ରଥମ ମହଲାରେ ଘର ମାଲିକ ରହୁଥିଲେ ବି ଏ ସମ୍ପର୍କରେ ସେ କିଛି ଜାଣିନଥିବା କହିଛନ୍ତି । ଆଖପାଖରେ ଲାଗିଥିବା ସିସିଟିଭି ଯାଂଚ ଚାଲିଛି ।
BREAKING NEWS
- Salman Khan: ଫ୍ୟାନ୍ସଙ୍କୁ ଚମକାଇଲେ ଭାଇଜାନ୍! ହାଫ୍ ପ୍ୟାଣ୍ଟ ପିନ୍ଧି YouTubeରେ ଏଣ୍ଟ୍ରି କଲେ ସଲମାନ ଖାନ୍, ଛାଡ଼ିଦେବେ କି ଅଭିନୟ?
- ଦିଲ୍ଲୀ ମୁହାଁ CJP ସମର୍ଥକ; ଆନ୍ଦୋଳନ ଅଟକାଇବାକୁ ସମସ୍ତ ରାଜ୍ୟକୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟର କଡ଼ା ନିର୍ଦ୍ଦେଶ
- Vote Chori Proof: ସିଇସିଙ୍କ ଇସ୍ତଫା ଦାବିରେ ରାଷ୍ଟ୍ରପତିଙ୍କୁ ଭେଟିଲା ଇଣ୍ଡି ମେଣ୍ଟ, ଭୋଟ ଚୋରିର ପ୍ରମାଣ ମାଗିଲେ ମହାମହିମ, ରାହୁଲ କହିଲେ…
- Low Pressure: ବଙ୍ଗୋପସାଗରରେ ୧୩ରେ ଲଘୁଚାପ! ଭିଜିବ ଦଶହରା ନା ପାଗ ରହିବ ଶୁଖିଲା? ଆସିଲା ବଡ଼ ଅପଡେଟ୍
- SI Recruitment Scam: ଏସ୍ଆଇ ନିଯୁକ୍ତି ଦୁର୍ନୀତିରେ ଇଡିର ବଡ଼ ଆକ୍ସନ୍! କୋଟି କୋଟି ଟଙ୍କାର ମନି ଟ୍ରେଲ୍ ଖୋଜୁଛି ତଦନ୍ତକାରୀ ସଂସ୍ଥା, ମୁନା ମହାନ୍ତିଙ୍କ ଘର ସମେତ ବିଭିନ୍ନ ସ୍ଥାନରେ ରେଡ୍
- Student Polls: ଜେନ୍-ଜିଙ୍କୁ ଡରୁଛି ବିଜେପି? ଛାତ୍ର ସଂସଦ ନିର୍ବାଚନରେ ପକ୍ଷପାତ ଅଭିଯୋଗ, ରାସ୍ତାକୁ ଓହ୍ଲାଇବ ବିଜେଡି!
- Delhi on High Alert: ଦିଲ୍ଲୀରେ ହାଇଆଲର୍ଟ! ୪୫ ମେଟ୍ରୋ ଷ୍ଟେସନ୍ ବନ୍ଦ, ୬୬ରୁ ଅଧିକ ଟ୍ରେନ୍ ବାତିଲ୍, ହଜାର ହଜାର ସୁରକ୍ଷାକର୍ମୀଙ୍କ ନଜର; CJP ପ୍ରଦର୍ଶନ ପୂର୍ବରୁ ରାଜଧାନୀରେ ଅଭୂତପୂର୍ବ ସୁରକ୍ଷା
- କ୍ଷେପଣାସ୍ତ୍ର ଆକ୍ରମଣ ପରେ ସାଉଦି ବିମାନବନ୍ଦରରେ ଆତଙ୍କ; ଭାରତୀୟମାନଙ୍କୁ ଘରୁ ବାହାରକୁ ନ ବାହାରିବାକୁ ପରାମର୍ଶ
- ୨ଦିନିଆ ଗସ୍ତ ଓଡ଼ିଶା ଗସ୍ତରେ ମୋହନ ଭାଗବତ
- ବୈଭବଙ୍କୁ କପିଳ ଦେବଙ୍କ ଚେତାବନୀ ,ବିନୋଦ କାମ୍ବଲୀଙ୍କ କ୍ୟାରିୟରକୁ ଦେଖ

Comments are closed.