Latest Odisha News

BREAKING NEWS

ଉତ୍ତରପ୍ରଦେଶରୁ ଲୋକସଭା ନିର୍ବାଚନ ଲଢିବେନି ରାହୁଲ ଓ ପ୍ରିୟଙ୍କା

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ଗାନ୍ଧୀ ପରିବାର ସହ ଜଡିତ ଏକ ବଡ ଖବର ସାମ୍ନାକୁ ଆସିଛି । ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଉତ୍ତରପ୍ରଦେଶରୁ ଲୋକସଭା ନିର୍ବାଚନ ଲଢିବା ନେଇ ସମସ୍ତ କଳ୍ପନାଜଳ୍ପନା ର ଅନ୍ତ ଘଟିଛି । ବର୍ତ୍ତମାନ ସମୟରେ ଉଭୟ ୟୁପି ଠାରୁ ନିଜକୁ ଦୂରେଇ ରଖିଛନ୍ତି । ଯାହା ସ୍ପଷ୍ଟ ଯେ, ରାହୁଲ ଏବଂ ପ୍ରିୟଙ୍କା ୟୁପିରୁ ଲୋକସଭା ନିର୍ବାଚନ ଲଢିବେ ନାହିଁ ।

ଏହା ପୂର୍ବରୁ ରାହୁଲ ଗାନ୍ଧୀ ଆମେଠୀ ରୁ ଓ ପ୍ରିୟଙ୍କା ଗାନ୍ଧୀ ରାୟବରେଲି ରୁ ପ୍ରତିଦ୍ୱନ୍ଦ୍ୱିତା କରିବାନେଇ ଚର୍ଚ୍ଚା ଯୋରଧରିଥିଲା । କିନ୍ତୁ ଉଭୟ ଏହି ଆସନରୁ ନିର୍ବାଚନ ଲଢିବେ ନାହିଁ ବୋଲ ସ୍ପଷ୍ଟ ହୋଇଛି ।

ସୂଚନାମୁତାବକ, ରାଜ ବବରଙ୍କୁ ହରିୟାଣାର ଫତେହପୁର ସିକରି କିମ୍ବା ଗୁରୁଗ୍ରାମରୁ ଲୋକସଭା ନିର୍ବାଚନରେ ​​ମୈଦାନକୁ ଓହ୍ଲାଇପାରନ୍ତି । ଆଉ ଏକ ବଡ ଖବର ସାମ୍ନାକୁ ଆସିଛି ଯେ ମଣ୍ଡି, ହିମାଚଳ ପ୍ରଦେଶର ସାଂସଦ ପ୍ରତୀଭା ସିଂ ଲୋକସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଚାହୁଁନାହାଁନ୍ତି ଏବଂ ସେ ଏହା ବିଷୟରେ ଦଳ ମୁଖ୍ୟଙ୍କୁ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.