Latest Odisha News

BREAKING NEWS

ଏତେ ଗୁଳି ମାରିବି ଯେ କେହି ଚିହ୍ନିପାରିବେ ନାହିଁ; ବନ୍ଧୁକ ଦେଖାଇ ଧମକ ଦେଲେ ମହିଳା

ଲକ୍ଷ୍ନୌ: ଉତ୍ତର ପ୍ରଦେଶରୁ ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ସାମ୍ନାକୁ ଆସିଛି। ଯେଉଁଠାରେ ପେଟ୍ରୋଲ ପମ୍ପରେ ଜଣେ ଯୁବତୀ ବନ୍ଧୁକ ଦେଖାଇ ଗୁଳି ମାରିବାକୁ ଧମକ ଦେଉଛନ୍ତି।

ସୂଚନା ଅନୁଯାୟୀ, ତାଙ୍କ ବାପା ଓ ପେଟ୍ରୋଲ ପମ୍ପର କର୍ମଚାରୀଙ୍କ ମଧ୍ୟରେ ସାମାନ୍ୟ ଝଗଡା ହୋଇଯିବାରୁ ସେ ଏପରି କରିଥିବା ଜଣାପଡ଼ିଛି। ତେବେ ଏହି ଘଟଣାଟି ଉତ୍ତରପ୍ରଦେଶ ର ବିଲଗ୍ରାମ ସହରରୁ ପ୍ରାୟ ଦୁଇ କିଲୋମିଟର ଦୂରତା ରେ ଅବସ୍ଥିତ ଥିବା ହରଦୋଇ ଜିଲ୍ଲାର ସାଣ୍ଡି ରୋଡରେ  ଏକ ଏଚପି ସି ଏନ୍ ଜି ପମ୍ପର ବୋଲି ଜଣାପଡିଛି। ଶାହବାଦର ବାସିନ୍ଦା ଏହସାନ ଖାନ ରବିବାର ତାଙ୍କ ସ୍ତ୍ରୀ ଏବଂ ଝିଅ ଆରିବାଙ୍କ ସହ ଗାଡ଼ିରେ ତେଲ ଭର୍ତ୍ତି କରିବା ପାଇଁ ଏହି  ପମ୍ପରେ ପହଞ୍ଚିଥିଲେ। ଏହି ସମୟରେ ଏହସାନ ଏବଂ ରଜନୀଶ କୁମାର ନାମକ ଜଣେ ପମ୍ପ କର୍ମଚାରୀଙ୍କ ମଧ୍ୟରେ କୌଣସି କାରଣରୁ ଝଗଡ଼ା ଆରମ୍ଭ ହୋଇଥିଲା। ପରବର୍ତ୍ତୀ ସମୟରେ ଝଗଡା ବଢ଼ିଯାଇଥିଲା ଓ କର୍ମଚାରୀଙ୍କ ଜଣକ ତାଙ୍କୁ  ଠେଲି ଦେଇଥିଲେ।

ଯାହାପରେ ଆରିବା କାର୍ ରୁ ବାହରି ଆସି ରିଭଲଭର ଧରି  କୁମାରଙ୍କ ଛାତିରେ ରଖି ଧମକ ଦେଉଥିବାର ଦୃଶ୍ୟମାନ ହୋଇଥିଲା। ତେବେ ସେଠାରେ ଥିବା ଲୋକଙ୍କର ହସ୍ତକ୍ଷେପ  ପରେ ପରିସ୍ଥିତିକୁ କାବୁ କରାଯାଇଥିଲା। ଆରିବା, କୁମାରଙ୍କୁ ଗୁଳି କରିବାକୁ ଧମକ ଦେବା ସହ କହିଥିଲେ, ଏତେ ଗୁଳି ମାରିବେ ଯେ କୁମାରଙ୍କ ଘର ଲୋକ ତାଙ୍କୁ ଚିହ୍ନି ମଧ୍ୟ ପାରିବେ ନାହିଁ।

ଏହି ଘଟଣା ପରେ ପମ୍ପର କର୍ମଚାରୀ କୋତୱାଲି ଥାନାରେ ଏହସାନ, ତାଙ୍କ ପତ୍ନୀ ଏବଂ ଝିଅ ଆରିବାଙ୍କ ବିରୁଦ୍ଧରେ ଏକ ଏଫଆଇଆର ରୁଜୁ କରିଥିଲେ। ବିଲଗ୍ରାମ ପୋଲିସ ଷ୍ଟେସନ ଇନଚାର୍ଜ ରାକେଶ କୁମାର ଏହି ମାମଲାରେ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ କହିଛନ୍ତି।

 

Comments are closed.