Latest Odisha News

BREAKING NEWS

ନୂଆ ଅବତାରରେ ଆସୁଛନ୍ତି ଅଭିନେତା ଦୀପକ !

ଭୁବନେଶ୍ୱର: ଓଲିଉଡର ଜଣାଶୁଣା ଅଭିନେତା ଦୀପକ । ଅଭିନୟ ସହ ପ୍ରତ୍ୟକ୍ଷ ଭାବେ ଜଡିତ ଏହି ଅଭିନେତା ବେଶ କିଛି ଦିନ ଧରି ସଙ୍ଗୀତ ପ୍ରେମରେ ବୁଡି ରହିଛନ୍ତି । ତେବେ ରିୟଲ ନୁହେଁ ବରଂ ରିଲ୍ ଲାଇଫରେ ଦୀପକ ମ୍ୟୁଜିକ ଲଭର ଭାବେ ଦର୍ଶକଙ୍କୁ ଦେଖାଦେବେ । କାହିଁକି ନା ଆଗାମୀ ଦିନରେ ରିଲିଜ ହେବାକୁ ଯାଉଛି ଫିଲ୍ମ “ପଲ୍ ପଲ୍ ତୋତେ ଚାହେଁ ” ।

ତନୁଜା ସିନେ ପ୍ରଡକ୍ସନ୍ ବ୍ୟାନର ତଳେ ନିର୍ମିତ ହେଉଥିବା ଏହି ଫିଲ୍ମରେ ଦୀପକଙ୍କୁ ଲିଡ୍ ରୋଲ୍‌ରେ ଦେଖିବାକୁ ମିଳିବ । ଫିଲ୍ମରେ ଦୀପକଙ୍କ ଅପୋଜିଟ୍‌ରେ ନଜର ଆସିବେ ନବାଗତା ପ୍ରାଚୀ ଚୌଧୁରୀ । ଅନେକ ହୁଏ ତ ଜାଣିନଥିବେ ଯେ, ଏହି ଫିଲ୍ମରେ ଦୀପକ ଅଭିନୟ କରିବା ସହ ପ୍ରଯୋଜନା ଭାର ମଧ୍ୟ ସମ୍ଭାଳିଛନ୍ତି ।

ଲଭ, ଇମୋଶନ୍‌, କମେଜି ଓ ଆକ୍ସନ୍ ସିକ୍ୱେନ୍ସରେ ଭରପୁର ଏହି ଫିଲ୍ମରେ ଦୀପକ ଜଣେ ସଙ୍ଗୀତପ୍ରେମୀ ଭୂମିକାରେ ନଜର ଆସିବେ । ଅନ୍ୟ କେହି ନୁହେଁ ବରଂ ଓଲିଉଡର ଜଣାଶୁଣା ନିର୍ଦ୍ଦେଶକ ସୁଧାକର ବସନ୍ତ ଫିଲ୍ମର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି । ଅନ୍ୟପଟେ ଅଭିଜିତ ମଜୁମଦାରଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଫିଲ୍ମର ସମସ୍ତ ଗୀତଗୁଡି ଉପରେ ବିଶେଷ ଧ୍ୟାନ ଦିଆଯାଇଛି ।

ଫିଲ୍ମର ମୁଖ୍ୟ କିର୍ଦାରକୁ ବାଦ୍ ଦେଲେ ଅନ୍ୟ ପ୍ରମୁଖ ଭୂମିକାରେ ମାନସୀ ପାଲ, ପ୍ରଦ୍ୟୁମ୍ନ ଲେଙ୍କା, ପିଣ୍ଟୁ ନନ୍ଦ, ସରୋଜ ଦାସ, ନନ୍‌ସେନ୍ସ ମଣି, ବିକାଶ, ଅଂଜଳୀ ଓ ଟିକିଙ୍କ ଭଳି ଜଣାଶୁଣା କଳାକାରଙ୍କୁ ଦେଖିବାକୁ ମିଳିବ । ଆଶା କରାଯାଉଛି ତନୁଜା ସାହୁଙ୍କ କାହାଣୀ ଓ ରଜନୀ ରଂଜନଙ୍କ ସଂଳାପ ଉପରେ ଆଧାରିତ ଏହି ଫିଲ୍ମଟି ନିଶ୍ଚିତ ଭାବେ ଦର୍ଶକଙ୍କୁ ମନୋରଂଜନର ଖୋରାକ ଯୋଗାଇବ ।

Leave A Reply

Your email address will not be published.