ମୁମ୍ବାଇ: ବଲିଉଡର ଚକୋଲେଟ୍ ହିରୋ ଶାହିଦ କପୁର ତାଙ୍କ ଫିଲ୍ମ ପାଇଁ ଅନେକ ସମୟରେ ଚର୍ଚ୍ଚାରେ ଥାନ୍ତି । ଗତ ଫେବୃଆରୀରେ ଶାହିଦଙ୍କ ୱେବ୍ ସିରିଜ୍ ‘ଫର୍ଜି’ ରିଲିଜ୍ ହୋଇଥିଲା । ଏହାକୁ ଲୋକମାନେ ବହୁତ ପସନ୍ଦ କରିଛନ୍ତି । ଏହି ସିରିଜ ଜରିଆରେ ଶାହିଦ କପୁର ଓଟିଟିରେ ଡେବ୍ୟୁ କରିଛନ୍ତି । ଆଗକୁ ଶାହିଦ କପୁର ଓ ଅଭିନେତ୍ରୀ କିର୍ତ୍ତୀଙ୍କୁ ଏକାଠି ଦେଖିବାକୁ ମିଳିବ । ଏହି ଫିଲ୍ମର ପ୍ରଥମ ଲୁକ୍ ମଧ୍ୟ ରିଲିଜ୍ ହୋଇସାରିଛି, ଯେଉଁଥିରେ ଉଭୟଙ୍କ ହଟ୍ କେମେଷ୍ଟ୍ରି ଦେଖିବାକୁ ମିଳିଛି । ପୋଷ୍ଟରରେ ଶାହିଦ ଏକ ବାଇକରେ ବସିଥିବାବେଳେ କର୍ତ୍ତୀ ତାଙ୍କ ସାମ୍ନାରେ ବସି ଏକ ରୋମାଣ୍ଟିକ୍ ପୋଜ୍ ଦେଇଛନ୍ତି । ଏହି ଯୋଡ଼ିକୁ ଏକାଠି ଦେଖିବା ପାଇଁ ପ୍ରଶଂସକମାନେ ବହୁତ ଉତ୍ସାହିତ ଅଛନ୍ତି ।
ଏହି ଫିଲ୍ମଟି ଏକ ପ୍ରେମ କାହାଣୀକୁ ନେଇ ନିର୍ମିତ ହୋଇଛି । ଏଥିରେ କ୍ରିର୍ତ୍ତୀ ଏକ ରୋବଟ୍ ଭୂମିକାରେ ଅଭିନୟ କରୁଥିବା ବେଳେ ଶାହିଦଙ୍କୁ ବୈଜ୍ଞାନିକ ରୂପେ ଦେଖିବାକୁ ମିଳିବ । ଏହି ଫିଲ୍ମରେ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ର ମଧ୍ୟ ନଜର ଆସିବେ । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଫିଲ୍ମର କୌଣସି ନାମ ସ୍ଥିର କରାଯାଇ ନାହିଁ । ଏହା ଅକ୍ଟୋବରରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ।
BREAKING NEWS
- ଭାରତର ଏହି ରାଜ୍ୟରେ ରହିଛି ବେନାମି ରେଳ ଷ୍ଟେସନ, ଆଜିବି ଖୋଜୁଛି ନିଜର ପରିଚୟ…
- ୨୦୨୫: ଭାରତୀୟ କ୍ରୀଡା ପାଇଁ ଥିଲା ଗୌରବାନ୍ୱିତର ବର୍ଷ
- ରତ୍ନ ଅଳଙ୍କାର ଗଣତିମଣତି ନେଇ ଉଚ୍ଚସ୍ତରୀୟ ବୈଠକ, ଇଂରାଜୀ ନବବର୍ଷ ସମୟରେ ରତ୍ନଭଣ୍ଡାର…
- Rahul Gandhi: କଂଗ୍ରେସ ଆରମ୍ଭ କରିବ ମନରେଗା ବଞ୍ଚାଅ ଆନ୍ଦୋଳନ
- ପୋଷା ପ୍ରାଣୀଙ୍କ ଯତ୍ନ ପାଇଁ ସୋଆ ଆଇଭିଏସ୍ଏଏଚ୍ରେ ଖୋଲିଲା ସ୍ପା ଏବଂ ଗ୍ରୁମିଂ ସେଣ୍ଟର
- IED Spotted On Highway: କାଶ୍ମୀରରେ ଏକ ବଡ଼ ଷଡ଼ଯନ୍ତ୍ର ପଣ୍ଡ;ରାଜପଥରେ ମିଳିଲା ସନ୍ଦିଗ୍ଧ ଆଇଇଡି…ନଷ୍ଟ କଲେ ସୁରକ୍ଷାକର୍ମୀ
- ଏନସିସି ସାଧାରଣତନ୍ତ୍ର ଦିବସ ଶିବିରରେ ଭାଗନେବେ ଓଡ଼ିଶାର ୧୨୭ ଜଣ କ୍ୟାଡେଟ୍
- Year Ender 2025: ବଲିଉଡ ପାଇଁ ସ୍ୱତନ୍ତ୍ର ବର୍ଷ, ୨୦୧୬ର ଫ୍ଲପ୍ ଫିଲ୍ମ ୨୦୨୫ରେ ହେଲା ସୁପରହିଟ୍
- Teacher misbehaves: ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ଶିକ୍ଷକ ଗିରଫ
- ଛାତ୍ରଛାତ୍ରୀମାନେ ହିଁ ବିକଶିତ ଭାରତର ସୁତ୍ରଧର- ମୁଖ୍ୟମନ୍ତ୍ରୀ
Comments are closed.