Latest Odisha News

BREAKING NEWS

ବିଜୟଧାରାକୁ ଫେରି ପାରୁନି ଦିଲ୍ଲୀ, ରାଜସ୍ଥାନର ସହଜ ବିଜୟ

ଗୌହାଟୀ: ଚଳିତ ଆଇପିଏଲର ଶନିବାର ଅନୁଷ୍ଠିତ ପ୍ରଥମ ମୁକାବିଲାରେ ରାଜସ୍ଥାନ ରୟାଲ୍ସ ୫୭ ରନରେ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରିଛି । ଦିଲ୍ଲୀ ପୁନର୍ବାର ବିଜୟଧାରାକୁ ଫେରିବାରେ ବିଫଳ ହୋଇଛି । ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ରୟାଲ୍ସ ୨୦ ଓଭରରେ ୪ ୱିକେଟ ବିନିମୟରେ ୧୯୯ ରନ କରିଥିଲା । ଯଶସ୍ୱୀ ଜୈସୱାଲ ୬୦, ଜୋସ ବଟଲର ୭୯ ଓ ଶିମରନ ହେଟମେୟର ୩୯ ରନର ଇନିଂସ ଖେଳିଥିଲେ । ମୁକେଶ କୁମାର ଦିଲ୍ଲୀ ପକ୍ଷରୁ ୨ଟି ୱିକେଟ ନେଇଥିଲେ । ୨୦୦ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଦିଲ୍ଲୀ ୯ ୱିକେଟ ବିନିମୟରେ ୧୪୨ ରନ କରିବାକୁ ସକ୍ଷମ ହୋଇଥିଲା । ଡେଭିଡ ୱାର୍ଣ୍ଣର ୬୫ ରନର ଆକର୍ଷଣୀୟ ଇନିଂସ ଖେଳିଥିଲେ ମଧ୍ୟ ତାହା ଦଳର ବିଜୟ ପାଇଁ ଯଥେଷ୍ଟ ହୋଇ ନ ଥିଲା । ଲଳିତ ଯାଦବ ୩୮ ରନ କରିଥିଲେ ।

ରାଜସ୍ଥାନ ପକ୍ଷରୁ ଷ୍ଟାର ବୋଲର ଟ୍ରେଂଟ ବୋଲ୍ଟ ଓ ୟୁଜଭେନ୍ଦ୍ର ଚହଲ ୩ଟି ଲେଖାଁଏ ୱିକେଟ ଅକ୍ତିଆର କରି ବିପକ୍ଷ ଦଳକୁ ଅସୁବିଧାରେ ପକାଇଥିଲେ । ଟସ ଜିତି ଦିଲ୍ଲୀ ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଥିଲା । ଦିଲ୍ଲୀ କ୍ରମାଗତ ୩ଟି ମ୍ୟାଚରେ ପରାଜୟବରଣ କରିଛି । ରାଜସ୍ଥାନ ୩ଟି ମ୍ୟାଚରୁ ୨ଟିରେ ବିଜୟ ହାସଲ କରିଛି ।

Leave A Reply

Your email address will not be published.