Latest Odisha News

BREAKING NEWS

ଘର କାମ ବେଳେ ବାହାରିଲା ପୁରୁଣା ବାକ୍ସ: ସେଥିରେ ଯାହା ଥିଲା ଲୋକେ ଦେଖି ତାଜୁବ

ହାଇଦ୍ରାବାଦ: ଆଗରୁ ବ୍ୟାଙ୍କର ସୁବିଧା ନ ଥିବାରୁ ଲୋକମାନେ ସୁନା,ରୂପା, ଟଙ୍କା ତଥା ମୂଲ୍ୟବାନ ଜିନିଷସବୁ ବାକ୍ସରେ ପୁରାଇ ମାଟି ତଳେ ପୋତିକି ରଖୁଥିଲେ । ଯଦି ଏମିତି ଏକ ବାକ୍ସ କେହି ପାଆନ୍ତି, ସେତେବେଳେ ସେମାନଙ୍କର ଭାଗ୍ୟ ଖୋଲିଥାଏ । ଆନ୍ଧ୍ରପ୍ରଦେଶର ଏକ ଛୋଟିଆ ଗ୍ରାମରେ ପୁରୁଣା ଘର କାମ ଚାଲିଥିବା ବେଳେ ମାଟି ତଳେ ଥିବା ଏକ ଲୁହା ବାକ୍ସ ମିଳିବା ପରେ ଲୋକେ ଏପରି କିଛି ଭାବିଥିଲେ । ହେଲେ ସେହି ବାକ୍ସରେ ଯାହା ଥିଲା, ତାକୁ ଦେଖି ସମସ୍ତେ ତାଜୁବ୍ ।

ଆନ୍ଧ୍ରପ୍ରଦେଶର କୁର୍ନୁଲ ଜିଲ୍ଲାର କାରିଭେମୁଲା ଗାଁର ନରସିଂହ ହୁଲୁ ଏକ ପୁରୁଣା ଘର ଗ୍ରାମର କୃଷ୍ଣ ରେଡ୍ଡୀଙ୍କଠାରୁ କିଣିଥିଲେ । ନରସିଂହ ଏହାକୁ ଭାଙ୍ଗି ଏକ ନୂଆ ଘର ତିଆରି କରୁଥିଲେ । ଏହି ସମୟରେ ମାଟି ତଳେ ଏକ ବଡ଼ ଲୁହା ବାକ୍ସ ଥିବା ଶ୍ରମିକମାନେ ଦେଖିବାକୁ ପାଇଥିଲେ । ତାକୁ ବାହାର କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ । କାରଣ ବାକ୍ସଟିଏତେ ଭାରି ଥିଲା ଯେ ବାହାର କରିବା ସମ୍ଭବ ହେଲାନି । ଏହି ଖବର ପ୍ରଚାର ହେବା ପରେ ଧୀରେ ଧୀରେ ଘଟଣାସ୍ଥଳରେ ଲୋକଙ୍କ ଭିଡ଼ ଜମିବାକୁ ଲାଗିଲା । ପରେ ଏଥିପାଇଁ ଆଉ ୬ ଜଣ ଶ୍ରମିକଙ୍କୁ ଡ଼କାଗଲା । ତଥାପି କିଛି ଲାଭ ହେଲାନାହିଁ । ବାକ୍ସରେ କ’ଣ ଅଛି ଦେଖିବା ପାଇଁ ଲୋକଙ୍କ ମଧ୍ୟରେ ଉତ୍ସାହ ବି ବଢିଲା । ଶେଷରେ କ୍ରେନ ସାହାଯ୍ୟରେ ବାକ୍ସଟିକୁ ମାଟି ଭିତରୁ ବାହାର କରାଗଲା ।
ବାକ୍ସଟି ମାଟିତଳୁ ସିନା ବାହାରିଲା, ହେଲେ ଖୋଲିଲା ନାହିଁ । କୃଷ୍ଣଙ୍କ ପରିବାର ଲୋକ ଏହ ିବାକ୍ସଟି ତାଙ୍କର ବୋଲି ଦାବି କଲେ । ତେଣୁ ସେମାନେ ହିଁ ଏହି ବାକ୍ସକୁ ଖୋଲିବେ ବୋଲି ଜିଦ୍ ଧରି ବସିଲେ । ଏହାକୁ ନେଇ ଉତ୍ତେଜନା ଦେଖାଦେବାରୁ ଖବରପାଇ ପୋଲିସ ଓ ବିଭାଗୀୟ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ôଚଲେ । ୩ ଘଣ୍ଟା ଅକ୍ଲାନ୍ତ ପରିଶ୍ରମ କରିବା ପରେ ବାକ୍ସଟି ଖୋଲିଥିଲା । ହେଲେ ସେଥିରେ ଯାହା ଥିଲା ସମସ୍ତେ ଦେଖି ଆଶ୍ଚର୍ଯ୍ୟ । ବାସ୍ତବରେ, ବାକ୍ସ ଭିତରେ କେବଳ ଅଦରକାରୀ କାଗଜପତ୍ର, ମାଟି, ପୁରୁଣା କପଡ଼ା ଓ ଆବର୍ଜନା ଭର୍ତ୍ତି ଥିଲା ।

 

Comments are closed.