Latest Odisha News

ହିଂସାକୁ ପ୍ରୋତ୍ସାହିତ କରିବା ଅଭିଯୋଗରେ ପ୍ରଦୀପ ମାଝୀଙ୍କ ନାମରେ ଏତଲା

ନବରଙ୍ଗପୁର: ଗତ ଗୁରୁବାର ନବରଙ୍ଗପୁର ୧୨ ଘଣ୍ଟିଆ ବନ୍ଦ ସମୟରର ହିଂସାକାଣ୍ଡ ପାଈଁ ପ୍ରବର୍ତ୍ତେଇବା ଅଭିଯୋଗରେ ପୂର୍ବତନ କଂଗ୍ରେସ ବିଧାୟକ ପ୍ରଦୀପ ମାଝୀ ଓ ଅନ୍ୟ ୧୫ଙ୍କ ବିରୋଧରେ ପୋଲିସ ନିଜ ଆଡୁ ଏକ ମାମଲା ରୁଜୁ କରିଛି ।

ଏହି ମାମଲା ଆଇପିସି ଧାରା ୧୪୭, ୩୪୧, ୩୫୩, ୨୮୩, ୫୦୬, ୪୩୫, ୧୨୦ (ଖ) ଓ ସାର୍ବଜନିକ ସମ୍ପତ୍ତିକୁ ନଷ୍ଟ କରିବା ଆଇନ (ପିଡ଼ିପିପି) ଅଧିନିୟମ ଅନୁଯାୟୀ ଧାରା ୩ ଅନୁଯାୟୀ ମାମଲା ରୁଜୁ ହୋଇଛି ।

ସୂଚନାଯୋଗ୍ୟ, ଗତ ଗୁରୁବାର ନବରଙ୍ଗପୁର ୧୨ ଘଣ୍ଟିଆ ବନ୍ଦ ସମୟରର ନିଜ ପାର୍ଟିର ସଦସ୍ୟଙ୍କୁ ଗାଡ଼ିରେ ନିଆଁ ଲଗାଇଦେବାକୁ ଫୋନ ଯୋଗେ ନିର୍ଦ୍ଦେଶ ଦେଉଥିବାର ଦୃଶ୍ୟ କ୍ୟାମେରାରେ କଏଦ ହୋଇଥିଲା ।

“ଆମେ ପୋଲିସକୁ ଡରୁ ନାହୁଁ । ବଳାତ୍କାର ବିରୋଧରେ ସ୍ୱର ଉତ୍ତୋଳନ କଲେ ରାଜ୍ୟ ସରକାର ଓ ଗୃହ ବିଭାଗ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଏକ ପଲିସି ହୋଇଗଲାଣି। ମୁଁ ଏ ସଂକ୍ରାନ୍ତରେ ରାଜ୍ୟ ସରକାରଙ୍କ ଠାରୁ ଜବାବ ମାଗିଛି । ଯଦି ସରକାରଙ୍କ ତରଫରୁ କୌଣସି ଜବାବ ନମିଳେ ତେବେ ମୋ ପାଖରେ ମୋ ଜବାବ ରହିଛି” ବୋଲି ଗଣମାଧ୍ୟମକୁ ପ୍ରଦୀପ କହିଛନ୍ତି ।

ଗୁରୁବାର ନବରଙ୍ଗପୁର ୧୨ ଘଣ୍ଟିଆ ବନ୍ଦ ସମୟରେ କଂଗ୍ରେସ କର୍ମୀମାନେ ଏକ କାରରେ ନିଆଁ ଲଗାଇଦେଇଥିଲେ ।

Leave A Reply

Your email address will not be published.