Latest Odisha News

ଜାଲିଆତି ରୋକିବା ପାଇଁ ଟେକ୍ନୋଲୋଜିର ସାହାରା ନେବ ୟୁପିଏସସି

ନୂଆଦିଲ୍ଲୀ: ପରୀକ୍ଷାରେ ଜାଲିଆତି ରୋକିବା ପାଇଁ ଟେକ୍ନୋଲୋଜିର ସାହାରା ନେବ ୟୁନିୟନ ପବ୍ଲିକ ସର୍ଭିସ କମିଶନ ବା ୟୁପିଏସସି । ୟୁପିଏସି ପରୀକ୍ଷା ପ୍ରଣାଳୀରେ କିଛି ଏପରି ନୂଆ ପରିବର୍ତ୍ତନ କରିବାକୁ ଯାଉଛି ୟୁପିଏସି । ଏଣିକି ଆଧାରକାର୍ଟ ସହ ଜଡିତ ଫିଙ୍ଗରପ୍ରିଣ୍ଟ, ପରୀକ୍ଷା ପ୍ରାର୍ଥୀଙ୍କର ଫେସିଆଲ ରେକଗ୍ନାଇସନ( ମୁହଁ ଚିହ୍ନଟ) ଇତ୍ୟାଦିକୁ ବ୍ୟବହାର କରି ପରୀକ୍ଷା ଆୟୋଜିତ ହେବ । ନିକଟରେ ଜଣେ ଟ୍ରେନି ଆଇଏଏସଙ୍କ ଜାଲିଆତି ଧରାପଡିବା ପରେ କିଛି ଏମିତି ପଦକ୍ଷେପ ନେବ ୟୁପିଏସସି

ପରୀକ୍ଷାରେ ସ୍ୱଚ୍ଛତା ଆଣିବା ପାଇଁ ଉନ୍ନତ ଡିଜିଟାଲ ଟେକ୍ନୋଲୋଜି ଆପଣାଇବାକୁ ନିଷ୍ପତ୍ତି ନେଇଛି ଆୟୋଗ।ଏହି ଅତ୍ୟାଧୁନିକ ଟେକ୍ନୋଲୋଜି ଆଧାରିତ ସିସିଟିଭି ପରିସରଭୁକ୍ତ, ଆର୍ଟିଫିସିଆଲ ଇଣ୍ଟଲିଜେନ୍ସି ବା ଏଆଇ, ଅନଲାଇନ ଆଡମିଟ୍ କାର୍ଡର କ୍ୟୁଆର କୋର୍ଡ ସ୍କାନ, ଫିଙ୍ଗରପ୍ରିଣ୍ଟ ଅଥେଣ୍ଟିକେସନ ଏବଂ ଫେସିଆଲ ରେକଗ୍ନାଇସନ( ମୁହଁ ଚିହ୍ନଟ) ଇତ୍ୟାଦି ପାଇଁ ପରୀକ୍ଷା ସମୟରେ ଟେକ୍ନୋନୋଜି ବ୍ୟବହାର କରିବାକୁ ଯୋଜନା କରାଯାଉଛି।

Comments are closed.