Latest Odisha News

BREAKING NEWS

IAS Ummul Kher: ୮ ଥର ମୃତ୍ୟୁ ସହିତ ଲଢେଇ, ମୁଣ୍ଡ ନୁଆଁଇଲା ଦିବ୍ୟାଙ୍ଗତା…ସୁନା ଝିଅଙ୍କ ପାଇଁ ଆଖିରେ ଲୁହ ରହିବନି…

୧୬ ଫ୍ରାକ୍ଚର…୮ ଅସ୍ତ୍ରୋପଚାର

ତଥାପି ଭାଙ୍ଗିଲା ନାହିଁ ସାହସ

ଶିକ୍ଷା ହେଲା ଶକ୍ତି, ସ୍ୱପ୍ନକୁ ମିଳିଲା ବଡ ଉଡାଣ

ଯେଉଁଠି କିଛି ପିଲା ତାଙ୍କର ସ୍ଥିତି ଏବଂ ପରିସ୍ଥିତିକୁ ନିଜର ସଫଳତା ରାସ୍ତାର କଣ୍ଟା ବୋଲି କହିବାରେ ବ୍ୟସ୍ତ ଅଛନ୍ତି, ସେଠି ଚୁପଚାପ୍ ନିଜର ଅସହ୍ୟତାକୁ ସଫଳତାର ଚାବିକାଠି କରିଛନ୍ତି ସୁନାଝିଅ ଉମୁଲ୍ । ସଂଘର୍ଷ ଭିତରେ ସଫଳତାର ନାଁ ସାଜିଛନ୍ତି ଉମୁଲ୍ । ଯାହାଙ୍କ କାହାଣୀ ଶୁଣିବା ପରେ ସମସ୍ତେ କହୁଛନ୍ତି ସାବାସ୍ ଉମୁଲ୍ ।

ଆମେ କହୁଛୁ, ରାଜସ୍ଥାନରେ ଜନ୍ମ ନେଇଥିବା ଉମୁଲ ଖେରଙ୍କ କଥା । ଯିଏ ଏହି ନିକଟରେ ଦେଶର ସବୁଠାରୁ ବଡ ପରୀକ୍ଷା UPSCରେ ଉତ୍ତୀର୍ଣ୍ଣ ହୋଇ IAS ହୋଇଛନ୍ତି । କିନ୍ତୁ ତାଙ୍କର ଏହି ଯାତ୍ରା ବିଷୟରେ ଶୁଣିଲେ ଆପଣଙ୍କ ଆଖିରେ ବି ଲୁହ ରହିବ ନାହିଁ । ପିଲାଟି ବେଳରୁ ହିଁ ଜୀବନ ଏବଂ ଭାଗ୍ୟ ସହ ଲଢି ଲଢି ଆଜି ସଫଳତାର ଶୀର୍ଷ ପାହାଚ ଉପରେ ବସିଛନ୍ତି ଉମୁଲ। ଏକ ରେୟାର ରୋଗ ତାଙ୍କର ହାଡ଼କୁ ବହୁତ ଦୁର୍ବଳ କରିଦେଇଥିଲା। ଛୋଟ ଆଘାତ ମଧ୍ୟ ବଡ଼ ଫ୍ରାକ୍ଚରରେ ପରିଣତ ହୋଇଯାଉଥିଲା। ଯାହାପାଇଁ ୧୬ ଥର ହାଡ଼ ଭାଙ୍ଗିବା ପରେ ୮ ଥର ମୁତ୍ୟୁ ସହ ଲଢି ଜିତିଥିଲେ ଉମୁଲ । ଯେମିତି ଅପରେସନ ତାଙ୍କ ଜୀବନରେ ଛୋଟ ମୋଟ ଡ୍ରେସ୍ ସିଲେଇ କଲା ଭଳି ହୋଇଯାଇଥିଲା । ଆଉ ଏହି ରୋଗ ତାଙ୍କୁ ପୂରା ବର୍ଷେ ହ୍ବିଲ୍ ଚେୟାରରେ ବସାଇଦେଇଥିଲା । ତଥାପି ଗରିବିରେ ଦିଲ୍ଲୀର ବସ୍ତିରେ ବଢ଼ିଥିଲେ ମଧ୍ୟ, ତାଙ୍କ ମନରେ ଥିଲା ଏକ ବଡ଼ ସ୍ୱପ୍ନ। କିନ୍ତୁ ଦଇବର ଖେଳ, ଯେଉଁଠି ଅସହ୍ୟତା ତାଙ୍କ ପାଇଁ ବାଧକ ସାଜିନଥିଲା ସେଠି ନିଜ ଲୋକେ ପାଲଟିଥିଲେ ବାଧକ ।

୧୦ମ ଶ୍ରେଣୀ ପରେ ଉଚ୍ଚ ଶିକ୍ଷା ପାଇଁ ମନବଳାଇଲେ, ହେଲେ ପରିବାର ସିଧା ମନା କରିଦେଲା। ଝିଅଙ୍କ ପଢ଼ା ତାଙ୍କ ପାଇଁ ଦରକାର ନୁହେଁ ବୋଲି ଭାବିଥିଲେ। କିନ୍ତୁ ଉମୁଲ ହାର ମାନିଲେ ନାହିଁ। ସେ ନିଷ୍ପତ୍ତି ନେଲେ ସ୍ୱପ୍ନ ପାଇଁ ଯଦି ଘର ଛାଡ଼ିବାକୁ ପଡେ, ସେ ସୋଥିରେ ପଛଘୁ୍ଞ୍ଚା ଦେବେ ନାହିଁ । ଆଉ ଶେଷରେ ସେ ଘର ଛାଡ଼ିଦେଲେ।

ଏବେ ତାଙ୍କ ପାଖରେ ନା ଥିଲା ଘର, ନା ଥିଲା ସହାୟତା, କେବଳ ଥିଲା ଦୃଢ଼ ସଂକଳ୍ପ। ଛୋଟ ବସ୍ତି ଘରେ ରହି ସେ ଏକାଦଶ ଓ ଦ୍ବାଦଶ ଶେଷ କରିଥିଲେ । ଖର୍ଚ୍ଚ ଚଲାଇବା ପାଇଁ ଟ୍ୟୁସନ୍ ପଢ଼ାଇଲେ। ଅନେକ ଅନେକ ବିନା ଖାଇବା ଏବଂ ବିନା ଶୋଇବାରେ କଟୁଥିଲା । କିନ୍ତୁ ପଢ଼ା ଛାଡ଼ିଲେ ନାହିଁ। ଆଉ ଏହି କଷ୍ଟ ତାଙ୍କୁ ୯୧ ପ୍ରତିଶତ ସହିତ ଦ୍ବାଦଶରେ ଉତ୍ତୀର୍ଣ୍ଣ କରାଇଥିଲା । ପରେ ସେ କଲେଜ ଓ ବିଶ୍ୱବିଦ୍ୟାଳୟରେ ଭର୍ତ୍ତି ହେଲେ। ଯେଉଁଥିରେ ସେ JNU ମାଷ୍ଟର କରିବା ପରେ ତାଙ୍କ ଟ୍ୟୁସନ କରିବାକୁ ପଡିନଥିଲା । ପଦକ୍ଷେପରେ ସମସ୍ୟା ଥିଲା, ଆର୍ଥିକ ସମସ୍ୟା, ଶାରୀରିକ ଅସୁସ୍ଥତା…କିନ୍ତୁ ସେ ନିଜ ଲକ୍ଷ୍ୟକୁ ଧରିରଖିଥିଲେ। ପଢ଼ା ହେଉଥିଲା ତାଙ୍କର ସବୁଠୁ ବଡ଼ ଶକ୍ତି।

୨୦୧୬ ମସିହାରେ ତାଙ୍କର ପରିଶ୍ରମ ଫଳ ଦେଲା। ସେ ଦେଶର ସବୁଠୁ କଠିନ ପରୀକ୍ଷା ପାସ୍ କରି ଅଲ୍ ଇଣ୍ଡିଆ ରାଙ୍କ ୪୨୦ ହାସଲ କଲେ। ପିଳାଟି ବେଳରୁ ହିଁ ସଂଘର୍ଷକୁ ସାଥି କରିଥିବା ଝିଅ ଉମୁଲ୍ ପାଲଟିଗଲେ IAS ଅଧିକାରୀ। ଏବେ ସେ ନିଜ ଗୋଡରେ କେବଳ ଚାଲିପାରୁନାହାନ୍ତି, ବାସ୍ତବରେ ନିଜ ଗୋଡରେ ଛିଡା ହୋଇଛନ୍ତି । ଯିଏ ଆଜି ପ୍ରତିଟି ଆଶାୟୀଙ୍କ ପାଇଁ ପ୍ରେରଣା ସାଜିଛନ୍ତି । ଯାହାଙ୍କ କାହାଣୀ ଆମକୁ ଶିଖାଏ, ପରିସ୍ଥିତି କେତେ ବି କଠିନ ହେଉ ନା କାହିଁକି, ଯଦି ସାହସ ଓ ଦୃଢ଼ ଇଚ୍ଛାଶକ୍ତି ଥାଏ, ତେବେ ସଫଳତା ନିଶ୍ଚିତ।

Leave A Reply

Your email address will not be published.