Latest Odisha News

୯ ଦିନର ଶିଶୁକୁ ହତ୍ଯା କଲା ମା’; କାନ୍ଦିକାନ୍ଦି ଥାନାରେ ପହଞ୍ଚିଲେ ବାପା

ନୂଆଦିଲ୍ଲୀ: ପଶ୍ଚିମ ଦିଲ୍ଲୀର ମୁଣ୍ଡକାରେ ଅଭାବନୀୟ ଘଟଣା ଘଟି ଯାଇଛି। ଜଣେ ମହିଳା ନିଜର ନଅ ଦିନର ଶିଶୁ କନ୍ୟାକୁ ହତ୍ୟା କରିଥିବା ଅଭିଯୋଗରେ ଗିରଫ ହୋଇଛନ୍ତି।

ସୂଚନା ଅନୁଯାୟୀ, ଉକ୍ତ ମହିଳା ପୁତ୍ର ସନ୍ତାନ ଚାହୁଁଥିବା ବେଳେ ତାଙ୍କର କନ୍ଯା ସନ୍ତାନ ଜନ୍ମ ହୋଇଥିଲା। ଯେଉଁଥିପାଇଁ ସେ ତାଙ୍କୁ ହତ୍ୟା କରିଛନ୍ତି।

ପୋଲିସର କହିବାନୁସାରେ, ପଶ୍ଚିମ ଦିଲ୍ଲୀର ବାବା ହରିଦାସ କଲୋନୀରେ ରହୁଥିବା ଜଣେ ବ୍ୟକ୍ତି ଜୁଲାଇ ୨୫ରେ ମୁଣ୍ଡକା ପୋଲିସ ଷ୍ଟେସନରେ ପହଞ୍ଚି ତାଙ୍କ ପତ୍ନୀ ନବଜାତ ଝିଅର ଗଳା କାଟି ଦେଇଥିବାର ଅଭିଯୋଗ କରିଥିଲେ।

ଏହି ରିପୋର୍ଟ ପାଇବା ପରେ ପୋଲିସର ଏକ ଟିମ୍ ଅଭିଯୋଗକାରୀଙ୍କ ବାସଭବନରେ ପହଞ୍ଚି ଦେଖିବାକୁ ପାଇଥିଲେ ଯେ ଗୋଟିଏ କୋଠରୀରେ ଝିଅର ମୃତଦେହ ପଡିଥିବା ବେଳେ ଅନ୍ୟ କୋଠରୀରେ ମା’ ଥିଲା।

ପଚରାଉଚରା ବେଳେ ସେ କହିଥିଲ ଯେ ସେ କନ୍ଯା ସନ୍ତାନ ଚାହୁଁନଥିଲେ ଏବଂ ସେଥିପାଇଁ ସେ ତାଙ୍କ ଝିଅକୁ ହତ୍ୟା କରିଛନ୍ତି ବୋଲି ପୋଲିସ ସୁତ୍ରରୁ ପ୍ରକାଶ।

Comments are closed.