ଭୁବନେଶ୍ବର: ବାରମ୍ବାର ରାଜଧାନୀରେ ମୋ ବସ୍ ଦୁର୍ଘଟଣା ରୋକିବାକୁ ବଡ ପଦକ୍ଷେପ ନେଲେ ସରକାର । ଏବେ ବସ୍ ର ଆଗରେ ଓ ପଛରେ ଲଗାଯିବ କ୍ୟାମେରା । ଦୁର୍ଘଟଣା ବେଳେ କ୍ୟାମେରାର ଫିଡ୍ କୁ ଯାଞ୍ଚ କରାଯିବ ଯାହାର ଭୁଲ ଥିବ ତା ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣ ଚନ୍ଦ୍ର ମହାପାତ୍ର ।
ମନ୍ତ୍ରୀ ଆହୁରି କହିଛନ୍ତି ଯେ, ବସ୍କୁ ଛାଡିବା ବେଳେ, ବସ୍ ଚଳାଇବା ସମୟରେ ଏବଂ ବସ୍ରୁ ଓହ୍ଲାଇବା ସମୟରେ ଡ୍ରାଇଭରଙ୍କୁ ଦିନକୁ ୩ ରାଉଣ୍ଡ ଚେକ୍ କରଯାଉଛି । କିଭଳି ଡ୍ରାଇଭର ମାନେ ମଦ ପିଇ ବସ୍ ଚଳେଇବେ ନାହିଁ ସେଥିପାଇଁ ପଦକ୍ଷେପ ନିଆଯାଉଛି । ଯେଉଁମାନେ ଧରାପଡୁଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି । ସେମାନଙ୍କୁ ସେଇ ମୁହୁର୍ତ୍ତରେ ବହିଷ୍କାର କରାଯାଉଛି । ସେମାନଙ୍କ ଲାଇସେନ୍ସ ବାତିଲ କରାଯାଉଛି । ବର୍ତ୍ତମାନ ସୁଦ୍ଧା ୭ ଡ୍ରାଇଭରଙ୍କ ଉପରେ କାର୍ଯ୍ୟନୁଷ୍ଠାନ ନିଆଯାଇଛି ବୋଲି କହିଛନ୍ତି ମନ୍ତ୍ରୀ ।
ସୂଚନାଯୋଗ୍ୟ ଯେ, ଗତ ୮ ମାସରେ ୬ ମୁଣ୍ଡ ନେଲାଣି ମୋ ବସ୍ । ଜୁନ୍ ୨୦୨୪ ଠାରୁ ଏଯାଏଁ କଟକ, ପୁରୀ ଓ ଭୁବନେଶ୍ୱରରେ ମୋ ବସ୍ ଦ୍ୱାରା ୧୯ଟି ଦୁର୍ଘଟଣା ହୋଇଛି । ଏଥିରେ ୧୮ ଜଣ ଆହତ ହୋଇଥିବା ବେଳେ ୬ ଜଣ ପ୍ରାଣ ହରାଇଛନ୍ତି ।
Comments are closed.