ଭୁବନେଶ୍ଵର: ବର୍ତ୍ତମାନ ସହରୀକରଣର ଆବଶ୍ୟକତା ରହିଛି । ୧୪ ମାସ ଭିତରେ ୨୮ଟି ଏନଏସି, ୭ଟି ମୁନିସିପାଲିଟି ଏବଂ ଗୋଟିଏ ମହାନଗରନିଗମ ପାଇଁ କଥା ଦେଇଥିଲୁ । ତାହା ଚୂଡ଼ାନ୍ତ ହୋଇଛି । ଜନଗଣନା ପାଇଁ କିଛିଦିନ ବିଳମ୍ବ ହୋଇପାରେ । ଯେଉଁଠି ଆବଶ୍ୟକତା ଅଛି ତାହା କରାଯିବ ବୋଲି ଆଜି କହିଛନ୍ତ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ।
ମନ୍ତ୍ରୀ ଆହୁରି କହିଛନ୍ତି ଯେ, ସବୁ ମୁଖ୍ୟମନ୍ତ୍ରୀ ସ୍ମାର୍ଟ ସିଟି ଯୋଜନାରେ କାର୍ଯ୍ୟକାରୀ ହେବ । ଏଥିପାଇଁ ମାଷ୍ଟର ପ୍ଲାନ୍ ହୋଇଛି । ସେଥିରେ ଡ୍ରେନ୍, ରୋଡ୍, ଅଫିସ୍ ବିଲ୍ଡିଂ ପାଇଁ ୫ କୋଟି ରହିଛି । ଡ୍ରେନ୍ ପାଇଁ ୫୦ ଲକ୍ଷ, ସଫେଇ ପାଇଁ ୫୦ ଲକ୍ଷ, ଲାଇଟ୍ ପାଇଁ ୫୦ ଲକ୍ଷ ରହିଛି । ସବୁ ଏନଏସିରେ ବିଡିଓମାନେ କାର୍ଯ୍ୟକାରୀ ଅଧିକାରୀ ଚାର୍ଜରେ ରହିବେ ଜିଲ୍ଲାପାଳ ପ୍ରଶାସନିକ ଅଧିକାରୀ ଭାବେ କାମ କରିବେ ।
ଭୁବନେଶ୍ଵରରେ ମେଟ୍ରୋ ଟ୍ରେନ୍ ପ୍ରଚଳନ ନେଇ ମନ୍ତ୍ରୀ କହିଛନ୍ତି, ବିଭିନ୍ନ ବୈଷୟିକ ଟିମ୍ ବାହାର ରାଜ୍ୟକୁ ଯାଇ ଅନୁଧ୍ୟାନ କରୁଛନ୍ତି । ରାଜଧାନୀରେ ଟ୍ରାଫିକ ଗହଳି ହଟାଇବା ପାଇଁ ସରକାର ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ମେଟ୍ରୋକୁ ତରବର ଭାବେ କରାଯିବ ନାହିଁ । ଯେଉଁ ଅନୁଧ୍ୟାନକାରୀ ଟିମ୍ ମାନେ ଯାଇଛନ୍ତି ସେମାନେ ଅନୁଧ୍ୟାନ କରି ଫେରିବା ପରେ ଜଣାପଡ଼ିବ ।