Latest Odisha News

BREAKING NEWS

ସ୍ୱାଧୀନତା ଦିବସରେ ଉର୍ଫିଙ୍କ ପୋଷାକ ଦେଖି ଲୋକେ ଆଶ୍ଚର୍ଯ୍ୟ

ମୁମ୍ବାଇ: ନିଜ ପୋଷାକ ପରିଧାନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି ଅଭିନେତ୍ରୀ ଉର୍ଫି ଜାଭେଦ । ଅନେକ ଲୋକ ତାଙ୍କର ଷ୍ଟାଇଲକୁ ପସନ୍ଦ କରୁଥିବା ବେଳେ ଆଉ କିଛି ଟ୍ରୋଲ କରିଥାନ୍ତି । ହେଲେ ସ୍ୱାଧୀନତା ଦିବସ ଅବସରରେ ଉର୍ଫି ଏଭଳି ପୋଷାକ ପିନ୍ଧିଛନ୍ତି, ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତିି । ସ୍ୱାଧୀନତା ଦିବସ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଏକ ଫଟୋ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି ।

ଭାଇରାଲ ଫଟୋରେ ଦେଖିବାକୁ ମିଳିଛି ଯେ, ଉର୍ଫି ଏକ ଗ୍ରୀନ୍ କଲର ସାଲାୱାର କମିଜ୍ ପିନ୍ଧିଥିଲେ, ଯେଉଁଥିରେ ସେ ଖୁବ୍ ସୁନ୍ଦର ଦେଖାଯାଉଥିଲେ । ସବୁବେଳେ ସେ ଅଜବ ପୋଷାକ ପିନ୍ଧୁଥିବା ବେଳେ ଏଭଳି ପୋଷାକ ଦେଖି ସମସ୍ତେ ଚକିତ ହୋଇଯାଇଛନ୍ତି । ଉର୍ଫି କହିଛନ୍ତି ଯେ, ମୁଁ ବିଗ୍ ବସ ଘରୁ ବାହାରିବା ପରେ କ’ଣ କରିବି? କିପରି ମୋ ଘରର ଯତ୍ନ ନେବି? ତାକୁ ନେଇ ଚିନ୍ତିତ ହୋଇପଡ଼ିଥିଲି । ମୋ ପରିବାର କେମିତି ଚଳିବ ସେ ନେଇ ଭାବୁଥିଲି । ମୋତେ କେହି କାମ ଦେବେ ନାହିଁ ବୋଲି ଭାବିଥିଲି । ହେଲେ ଧୀରେ ଧୀରେ ଏହା ହୃଦୟଙ୍ଗମ ହେଲା ଯେ ମୋ ପୋଷାକ ଲୋକଙ୍କ ଧ୍ୟାନ ଆକର୍ଷଣ କରୁଛି । ଏହା ଜାଣିବା ପରେ ମୁଁ ଭିନ୍ନ ଭିନ୍ନ ପୋଷାକ ଡିଜାଇନ କରି ପିନ୍ଧିବା ଆରମ୍ଭ କଲି । ଲୋକେ ମୋତେ ଏଥିପାଇଁ ଟ୍ରୋଲ କରୁଥିଲେ ବି ମୁଁ ଏଭଳି କରି ମୋ ଘର ଚଳାଇ ପାରୁଛି ।

Leave A Reply

Your email address will not be published.