Latest Odisha News

BREAKING NEWS

ଗାଁର ପରିଚୟ ଦେବାକୁ ସଙ୍କୋଚ ମନେ କରନ୍ତି ଲୋକେ, କାରଣ ଜାଣନ୍ତୁ

ସ୍ୱଡ଼େନ୍‌: ଯିଏ ଯେତେ ବଡ଼ ସହରରେ ରହୁ ନା କାହିଁକି , ନିଜ ଭିଟାମାଟିକୁ ସବୁବେଳେ ମନେ ପକାଇଥାନ୍ତି । ଗାଁର ପାଣିପବନ, ପରିବେଶ, ଚାଲିଚଳନ,ସଂସ୍କୃତି, ପରମ୍ପରା ପ୍ରାୟ ସମସ୍ତଙ୍କୁ ପସନ୍ଦ ହୋଇଥାଏ । ସମସ୍ତେ ନିଜ ନିଜ ଗାଁକୁ ନେଇ ଗର୍ବ କରିଥାନ୍ତି । କିନ୍ତୁ ସ୍ୱିଡେନରେ ଏମିତି ଏକ ଗାଁ ଅଛି, ଯାହାକୁ ନେଇ ସେଠାକାର ଲୋକେ ଗର୍ବ କରିବା ତ ଦୂରର କଥା ଅନ୍ୟ ଆଗରେ ଗାଁର ନାଁ କହିବାକୁ ସଙ୍କୋଚ ମନେ କରିଥାନ୍ତି । ଏହାର କାରଣ ସାଜିଛି ସୋସିଆଲ ମିଡ଼ିଆ ।

ସ୍ୱଡ଼େନ୍‌ରେ ରହିଛି ଦାରାଲ ଗାଁ । ଏହିଗାଁରେ ମାତ୍ର ୧୧ଟି ପରିବାର ବସବାସ କରୁଛନ୍ତି । ଏତେ କମ ଲୋକ ରହିଥିଲେ ବି ଗାଁଟି ଏବେ ଖୁବ୍ ଚର୍ଚ୍ଚାରେ । ମୁଖ୍ୟ କାରଣ ହେଉଛି ସୋସିଆଲ ମିଡିଆ ସେନ୍ସର । ଏହି ଗାଁ ଏବେ ସୋସିଆଲ ମିଡ଼ିଆରେ ଫେକ୍ ଗାଁ ଭାବେ ପରିଚିତ । ଯାହା ଗ୍ରାମବାସୀଙ୍କ ମୁଣ୍ଡବ୍ୟଥାର କାରଣ ସାଜିିଛି । ତେଣୁ ଏଠାକାର ଲୋକେ ନିଜ ଗାଁକୁ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି ।

ବାସ୍ତବରେ, ଯେତେବେଳେ ଏଠାକାର ଲୋକେ ସେମାନଙ୍କର ବ୍ୟବସାୟ ବିଜ୍ଞାପନ କିମ୍ବା ଘର ଠିକଣା ଫେସବୁକ୍ କିମ୍ବା ଅନ୍ୟ କୌଣସି ସୋସିଆଲ୍ ମିଡିଆ ମାଧ୍ୟମରେ ପୋଷ୍ଟ କରନ୍ତି, ଏହାକୁ ଆପତ୍ତିଜନକ କିମ୍ବା ଅଶ୍ଳୀଳ ବିଷୟବସ୍ତୁ ଭାବରେ ବିବେଚନା କରାଯାଏ । ଏହି କାରଣରୁ ସେମାନେ ସୋସିଆଲ ମିଡିଆରେ ନିଜ ଗାଁର ନାମ ଲେଖିବାରେ ଅସମର୍ଥ । ତେଣୁ ଦାରାଲ ଗାଁ ଏବେ ଫେକ୍ ଗାଁ ହୋଇଯାଇଛି । ସୋସିଆଲ ମିଡିଆରେ ଅନେକ ସ୍ଥାନରେ ଆପଣ ଏହି ସାଇନ୍ ବୋର୍ଡକୁ ଫଟୋରେ ଦେଖିବାକୁ ପାଇବେ, କିନ୍ତୁ ଗ୍ରାମବାସୀ ନିଜେ ଏହି ଟ୍ୟାଗ୍ ଦ୍ୱାରା ଅସୁବିଧାରେ ପଡୁଛ଼ନ୍ତି ।

୧୫୪୭ ମସିହାରେ ଏହି ଗାଁର ନାମ ଦାରାଲ ରଖାଯାଇଥିଲା, ଯାହା ଐତିହାସିକ ଅଟେ । ଏଭଳି ପରିସ୍ଥିତିରେ ସ୍ୱିଡେନର ଜାତୀୟ ଭୂମି ସର୍ବେକ୍ଷଣ ବିଭାଗ ମଧ୍ୟ ଏହାକୁ ପରିବର୍ତ୍ତନ କରିବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛି । ଏଠାରେ ରହୁଥିବା ଲୋକମାନେ ଗାଁର ନାମ କହିବା ପାଇଁ ଲଜ୍ଜାରେ ମୁହଁ ଲୁଚାଉଛନ୍ତି ।

Leave A Reply

Your email address will not be published.