Latest Odisha News

BREAKING NEWS

ବିବାହର ୮ ବର୍ଷ ପରେ ସ୍ବାମୀଙ୍କଠୁ ଅଲଗା ହେବେ ଉର୍ମିଲା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଉର୍ମିଲା ମାତୋଣ୍ଡକର ଅନେକସମୟ ଧରି ବଡ ପରଦାରୁ ଦୂରେଇ ରହିଛନ୍ତି। ତଥାପି ସେ ସୋସିଆଲ ମିଡିଆରେ ନିଜ ପ୍ରଶଂସକଙ୍କ ସହ ଯୋଡି ହୋଇ ରହିଥାନ୍ତି।

ହେଲେ ଏବେ ଜଣାପଡିଛି ଯେ ସେ ତାଙ୍କ ସ୍ୱାମୀଙ୍କଠାରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି। ଉର୍ମିଲା ତାଙ୍କ ସ୍ୱାମୀ ମୋହସିନ୍ ଅଖତର ମୀରଙ୍କୁ ଛାଡପତ୍ର ଦେବାକୁ ଯାଉଛନ୍ତି। ଏହି ଅଭିନେତ୍ରୀ ଜଣ୫ ମୁମ୍ବାଇ କୋର୍ଟରେ ଛାଡପତ୍ର ପାଇଁ ଆବେଦନ କରିଛନ୍ତି।

ବିବାହର ୮ ବର୍ଷ ପରେ ସେ କୋର୍ଟରେ ଛାଡପତ୍ର ପାଇଁ ଆବେଦନ କରିଛନ୍ତି। ତେବେ ଛାଡପତ୍ର ପଛର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ।

Leave A Reply

Your email address will not be published.