Latest Odisha News

BREAKING NEWS

ଦୁର୍ଘଟଣାରେ ଅଳ୍ପକେ ବର୍ତ୍ତିଲେ ମହମ୍ମଦ ଆଝାରୁଦ୍ଦିନ୍

କୋଟା: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହମ୍ମଦ ଆଝାରୁଦ୍ଦିନଙ୍କ କାର ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ଏଥିରୁ ସେ ଅଳ୍ପକେ ବର୍ତ୍ତିଯାଇଛନ୍ତି । ତାଙ୍କ ବ୍ୟକ୍ତିଗତ ସହାୟକଙ୍କ କହିବାନୁଯାୟୀ ଆଝାରୁଦ୍ଧିନଙ୍କର ବିଶେଷ କ୍ଷତି ହୋଇନାହିଁ ।

ମିଳିଥିବା ସୂଚନା ଅନୁଯାୟୀ, ରାଜସ୍ଥାନର ଲାଲସୋଟ-କୋଟା ହାଇଓ୍ୱରେ ସୁରୱାଲ ଥାନା ଦେଇ ଆଝାରୁଦ୍ଦିନ୍ ତାଙ୍କ ପରିବାର ସହ ରଣଥମ୍ବୋରକୁ ଯାଉଥିବାବେଳେ ଏହି ଦୁର୍ଘଟଣା ଘଟିଛି । କୌଣସି କାରଣରୁ ତାଙ୍କ କାରଟି ହଠାତ୍ ଓଲଟି ପଡିଥିଲା । ଫଲରେ ଆଝାରୁଦ୍ଦିନ ସାମାନ୍ୟ ଆହତ ହୋଇଛନ୍ତି। ଦୁର୍ଘଟଣା ପରେ ତାଙ୍କୁ ଆଉ ଏକ କାର ହୋଟେଲ୍ ନେଇଯାଇଛି ବୋଲି ଜଣାପଡିଛି ।

Leave A Reply

Your email address will not be published.