Latest Odisha News

ପୁଷ୍ପା ୨ରେ ଆଇଟମ ନମ୍ବର କରିବେ ଉର୍ବଶୀ, ୩ମିନିଟ ଗୀତ ପାଇଁ ୩ କୋଟି ଟଙ୍କା

ମୁମ୍ବାଇ: ଆଲ୍ଲ ଅର୍ଜୁନ ଏବେ ପୁଷ୍ପା ୨ ଫିଲ୍ମ ଶୁଟିଂରେ ବ୍ୟସ୍ତ ଅଛନ୍ତି । ଏହି ଫିଲ୍ମରେ ବଲିଉଡ ଅଭିନେତ୍ରୀ ଉର୍ବଶୀ ରୌତେଲା ଏକ ଆଇଟମ ସଙ୍ଗ କରିବେ ବୋଲି ରିପୋର୍ଟ ପ୍ରକାଶ ପାଇଛି । ୩ ମିନିଟର ଏହି ଗୀତ ପାଇଁ ଉର୍ବଶୀ ୨ରୁ୩ କୋଟି ଟଙ୍କା ଦାବୀ କରିଛନ୍ତି । ଅବଶ୍ୟ ଏ ନେଇ ମେକର୍ସ କିମ୍ବା ଉର୍ବଶୀଙ୍କ ପକ୍ଷରୁ କୌଣସି ବୟାନ ଜାରୀ କରାଯାଇ ନାହିଁ । ଚିରଞ୍ଜିବୀ ଅଭିନୀତ ୱାଲ୍ଟର ବୈରିୟାରେ ବସ ପାର୍ଟି ଆଇଟମ ନମ୍ବର କରିଥିଲେ । ଯାହାକି ବେଶ ହିଟ ହୋଇଥିଲା । ପୁଷ୍ପା ୨ ମେକର୍ସ ଉର୍ବଶୀଙ୍କୁ ନେଇ ଏକ ହଟ ଆଇଟମ ଡ୍ୟାନ୍ସ ରଖିବା ପାଇଁ ଯୋଜନା କରିଛନ୍ତି । ପୁଷ୍ପା ପାର୍ଟ ୧ରେ ଉ ଅଂଟୱା ଗୀତ ପାଇଁ ସାମନ୍ଥା ରୁଥ ପ୍ରଭୂ ୫ କୋଟି ଟଙ୍କା ନେଇଥିଲେ ।

ଉର୍ବଶୀ ତାଙ୍କ ୧୦ ବର୍ଷ ଫିଲ୍ମ କ୍ୟାରିୟରରେ ୫ଟି ଆଇଟମ ନମ୍ବର କରିଛନ୍ତି । ସମସ୍ତ ଗୀତ ହିଟ ହୋଇଥିବାରୁ ତାଙ୍କ ଚାହିଦା ଅଧିକ ରହିଛି । ପୁଷ୍ପା ୨ ଫିଲ୍ମ ପାଇଁ ମେକର୍ସ ପାଣି ପରି ଅର୍ଥ ଖର୍ଚ୍ଚ କରୁଛନ୍ତି । ଏକ ରିପୋର୍ଟ ଅନୁସାରେ ଏବେ ଏହାର ବଜେଟ ୩୫୦ କୋଟି ପାଖାପାଖି ହେଲାଣି । ପୁଷ୍ପା ପାର୍ଟ ୧ ବକ୍ସ ଅଫିସରେ ସ୍ମରଣୀୟ ବ୍ୟବସାୟ କରିଥିବାରୁ ଏହାର ପରବର୍ତୀ ସଂସ୍କରଣର ସଫଳତା ନେଇ ମଧ୍ୟ ମେକର୍ସ ବେଶ ଆଶାୟୀ ଅଛନ୍ତି ।

Leave A Reply

Your email address will not be published.