ଭୁବନେଶ୍ଵର: ଚଟପଟା ଖାଦ୍ୟର ନାଁ ଶୁଣିଲେ ପ୍ରଥମେ ଚାଟ ମନେ ପଡିଯାଏ । ସାଧାରଣତଃ ସମସ୍ତେ ବଜାରରେ ମିଳୁଥିବା ଚାଟ ଖାଇବାକୁ ପସନ୍ଦ କରନ୍ତି । କିନ୍ତୁ ସବୁବେଳେ ବାହାର ଖାଦ୍ୟ ଖାଇବା ସ୍ୱାସ୍ଥ୍ୟ ପକ୍ଷେ ହିତକର ହୋଇନଥାଏ । ସେଥିପାଇଁ ଆଜି ଆମେ ଆପଣଙ୍କ ପାଇଁ ଆଳୁ ଚାଟର ରେସିପି ନେଇ ଆସିଛୁ । ତେବେ ଆସନ୍ତୁ ଜାଣିବା ଏହାର ପ୍ରସ୍ତୁତି ପ୍ରଣାଳୀ ବିଷୟରେ…
ଆବଶ୍ୟକୀୟ ସାମଗ୍ରୀ:
ଆଳୁ, ମଟର, ଲଙ୍କା ଗୁଣ୍ଡ, ଜିରା ଗୁଣ୍ଡ , ଧନିଆ ଗୁଣ୍ଡ, ଲୁଣ, ହଳଦୀ, ଚାଟ୍ କଲର୍, ଝୁରା ସେଓ, ଅଦା ରସୁଣ ପେଷ୍ଟ, ଡାଲଚିନି ପାଉଡର, ଚାଟ୍ ମସଲା, କଟା ପିଆଜ, ଟମାଟୋ ପେଷ୍ଟ।
ପ୍ରସ୍ତୁତି ପ୍ରଣାଳୀ:
ପ୍ରଥମେ ଆଳୁ, ମଟର ସିଝାଇ ଦିଅନ୍ତୁ। ଆଳୁ ମଟର ସିଝିଲା ପରେ ତାକୁ ଅଲଗା ଅଲଗା ରଖନ୍ତୁ। ଆଳୁ ଥଣ୍ଡା ହୋଇଗଲା ପରେ ଭଲ ଭାବରେ ଚକଟି ରଖନ୍ତୁ। ଏହାପରେ କଡ଼େଇରେ ତେଲ ପକାନ୍ତୁ। ତେଲ ଗରମ ହେବା ପରେ କଟା ପିଆଜ ପକାନ୍ତୁ। ପିଆଜ ନରମ ହୋଇଆସିଲେ ସେଥିରେ ଅଦା, ରସୁଣ ପେଷ୍ଟ ପକାନ୍ତୁ। ଟିକିଏ ସମୟ ଛାଡ଼ି ଦେଇ ଏଥିରେ ଟମାଟୋ ପେଷ୍ଟ ପକାନ୍ତୁ। ମସଲାକୁ ଭଲ ଭାବରେ ଏପଟ ସେପଟ କରନ୍ତୁ। ପୁଣି କିଛି ସମୟ ଛାଡ଼ି ଦେଇ ସେଥିରେ ଚାଟ ମସଲା ପକାନ୍ତୁ। ଏହାପରେ ଆବଶ୍ୟକ ଅନୁସାରେ ଲୁଣ, ହଳଦୀ, ଚାଟ୍ କଲର ପକାନ୍ତୁ। ଏବେ ଏହି ମସଲାରେ ଚକଟି ରଖିଥିବା ଆଳୁ, ମଟର ପକାନ୍ତୁ। ଏଥିରେ ଲଙ୍କା ଗୁଣ୍ଡ, ଜିରା ଗୁଣ୍ଡ, ଡାଲଚିନି ଗୁଣ୍ଡ ପକାନ୍ତୁ। ପ୍ରସ୍ତୁତ ହୋଇଗଲା ଆପଣଙ୍କ ଚାଟ୍। ଏବେ ପ୍ଲେଟକୁ କାଢ଼ି ଝୁରା ସେଓ, କଟା ପିଆଜ, ଧନିଆ ପତ୍ର, କଞ୍ଚା ଲଙ୍କା ପକାଇ ଆପଣ ଏହାକୁ ଖାଇପାରିବେ।
Comments are closed.