ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଉର୍ବଶୀ ରୌତାଲାଙ୍କ ପ୍ରଶଂସକଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ଗ୍ଲାମରସ ଲୁକ୍ ଓ ଫଟୋ ଶେୟାର କରି ସେ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି । ସୋସିଆଲ ସାଇଟରେ ଉର୍ବଶୀ ତାଙ୍କ ପ୍ରଶଂସକଙ୍କ ମନକୁ ଛୁଇଁଲା ଭଳି ଫଟୋ ମଧ୍ୟ ଶେୟାର କରିଥାନ୍ତି । ଇନଷ୍ଟଗ୍ରାମରେ ତାଙ୍କର ଫଲୋର୍ସ ସଖ୍ୟା ୩ କୋଟିରେ ପଂହଚିଛି ।
ଏଥିନେଇ ସେ ପ୍ରଶଂସକଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି । ମୋ ଜୀବନ କାହାଣୀରେ ଆପଣମାନେ ସର୍ବଦା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରି ଆସୁଛନ୍ତି । ଆଗକୁ ମଧ୍ୟ ଏ ଭଳି ଭଲ ପାଇବା ଜାରି ରଖ । ମୋତେ ପ୍ରେମ ବଦଳରେ ପ୍ରେମ ଦିଅ ବୋଲି ଉର୍ବଶୀ କହିଛନ୍ତି ।
Comments are closed.