Latest Odisha News

BREAKING NEWS

ଗଞ୍ଜାମକୁ କାଟିଦେଲେ ଖୋର୍ଦ୍ଧା ଓ ରାୟଗଡ଼ା

ଭୁବନେଶ୍ୱର: ରାଜ୍ୟରେ ୯୩ ହଜାର ଟପିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଜୁଲାଇ ଓ ଅଗଷ୍ଟ ପ୍ରଥମ ସପ୍ତାହରେ ରେଡହଟ୍ ଥିବା ଗଞ୍ଜାମରେ ଏବେ କମୁଛି ସଂକ୍ରମିତଙ୍କ ସଂଖ୍ୟା । କିନ୍ତୁ ଟେନସନ୍ ବଢ଼ାଇଛି ଖୋର୍ଦ୍ଧା । ନୂଆ ହଟସ୍ପଟ ହେଲାଣି ରାୟଗଡ଼ା ।

BjdElectrycity

ଆକ୍ଟିଭ୍ କେସରେ ଆଗରେ ଖୋର୍ଦ୍ଧା-ରାୟଗଡ଼ା
ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କିନ୍ତୁ ଆକ୍ଟିଭ୍ କେସରେ ସବୁଠୁ ଆଗରେ ଖୋର୍ଦ୍ଧା ଜିଲ୍ଲା । ରାୟଗଡ଼ା ଜିଲ୍ଲା ବି ଆକ୍ଟିଭ୍ କେସରେ ଗଞ୍ଜାମକୁ ଅତିକ୍ରମ କରିଛି ।
ଗଞ୍ଜାମ ଅପେକ୍ଷା ଖୋର୍ଦ୍ଧାରେ ୩ଗୁଣା ଅଧିକ ଆକ୍ଟିଭ୍ କେସ
ଗଞ୍ଜାମରେ ବର୍ତ୍ତମାନ ସୁଦ୍ଧା ୧, ୬୩୨ଟି କରୋନା ସକ୍ରିୟ ମାମଲା ରହିଛି । କିନ୍ତୁ ଖୋର୍ଦ୍ଧାରେ ରହିଛି ୫, ୬୩୮ଟି ଆକ୍ଟିଭ୍ କେସ୍ । ଅର୍ଥାତ ଗଞ୍ଜାମ ଆକ୍ଟିଭ୍ କେସର ତିନି ଗୁଣାରୁ ଅଧିକ ଆକ୍ଟିଭ୍ କେସ ଖୋର୍ଦ୍ଧା ଜିଲ୍ଲାରେ ରହିଛି ।

ରାୟଗଡ଼ାରେ ଗଞ୍ଜାମଠାରୁ ଅଧିକ ଆକ୍ଟିଭ୍ କେସ୍
ରାୟଗଡ଼ା ଜିଲ୍ଲାରେ ବି ଗଞ୍ଜାମଠାରୁ ଅଧିକ ଆକ୍ଟିଭ୍ କେସ ରହିଛି । ରାୟଗଡ଼ାରେ ଜିଲ୍ଲାରେ ବର୍ତ୍ତମାନ ଚିକିତ୍ସାଧୀନ ଅଛନ୍ତି ୧, ୯୧୫ କରୋନା ଆକ୍ରାନ୍ତ । ଯାହାକି ଗଞ୍ଜାମଠାରୁ ୨୩୮ଟି ଅଧିକ ।
ଗତ ୨୪ ଘଣ୍ଟାରେ ଖୋର୍ଦ୍ଧାରୁ ରେକର୍ଡ ୭୭୫ ନୂଆ ଆକ୍ରାନ୍ତ ବାହାରିଛନ୍ତି । ସେହିପରି ରାୟଗଡ଼ାରୁ ସଂକ୍ରମିତ ହୋଇଛନ୍ତି ୪୯୫ ଜଣ । ଖୋର୍ଦ୍ଧାରେ ମୋଟ୍ ପଜିଟିଭ୍ କେସ୍ ୧୪ ହଜାର ୭୦୦ । ରାୟଗଡ଼ାରେ ଆକ୍ରାନ୍ତଙ୍କ ସଂଖ୍ୟା ୪, ୨୧୫ ।

Leave A Reply

Your email address will not be published.