Latest Odisha News

BREAKING NEWS

ପିକଚର୍ ଅଭି ବାକି ହେ ଦୋସ୍ତ; ଭାରତ ପାଇଁ ଭାବବିହ୍ୱଳ ଚିଠି ଲେଖିଲେ ଆମେରିକୀୟ ରାଷ୍ଟ୍ରଦୂତ

ନୂଆଦିଲ୍ଲୀ: ଭାରତରେ ଆମେରିକୀୟ ରାଷ୍ଟ୍ରଦୂତ ଏରିକ ଗାର୍ସେଟିଙ୍କ କାର୍ଯ୍ୟକାଳ ଅବଧି ଶେଷ ହେଉଛି। ଭାରତ ପ୍ରତି ତାଙ୍କର ସବୁବେଳେ ଏକ ଆସକ୍ତି ରହିଆସିଛି। ଏହି କାରଣରୁ ଦେଶ ଛାଡିବା ପୂର୍ବରୁ ସେ ଭିଡିଓ ମାଧ୍ୟମରେ ତାଙ୍କର ଅଭିଜ୍ଞତା ଏବଂ ସ୍ମରଣୀୟ ମୁହୂର୍ତ୍ତଗୁଡ଼ିକୁ ବଖାଣିଛନ୍ତି।

ଏହି ଭିଡିଓରେ ସେ ଭାରତରୁ ପାଇଥିବା ସ୍ନେହ ଏବଂ ସମ୍ମାନ ବିଷୟରେ ଉଲ୍ଲେଖ କରିଛନ୍ତି। ଭିଡିଓର ଶେଷରେ ସେ କହିଛନ୍ତି, ‘ପିକଚର୍ ଅଭି ବାକି ହେ ଦୋସ୍ତ!’

ଭାରତକୁ ଏକ ସୁନ୍ଦର ଦେଶ ଭାବରେ ବର୍ଣ୍ଣନା କରି ଏରିକ କହିଛନ୍ତି, ୨୬ତମ ଆମେରିକୀୟ ରାଷ୍ଟ୍ରଦୂତ ଭାବରେ କାର୍ଯ୍ୟ କରିବା ପରେ ବିଦାୟ ନେବା ଖୁବ୍ ହୃଦୟ ବିଦାରକ। ତୁମେ ମୋତେ ଏକ ଦ୍ୱିତୀୟ ଘର, ବନ୍ଧୁ ଏବଂ ସ୍ମୃତି ଦେଇଛ ଯାହା ଜୀବନସାରା ରହିବ। ମୁଁ ଏଠାରୁ କେବଳ ଜଣେ ରାଷ୍ଟ୍ରଦୂତ ଭାବରେ ବିଦାୟ ନେଉନାହିଁ। ବରଂ ମୁଁ #USIndiaFWDfortheFuture ର ଜଣେ ଚିରସ୍ଥାୟୀ ବନ୍ଧୁ ଏବଂ ସମର୍ଥକ ଭାବରେ ବିଦାୟ ନେଉଛି। ମୋର ଅତି ପ୍ରିୟ ଭାରତ, ତୁମେ କେବଳ ଅବିଶ୍ୱସନୀୟ ନୁହେଁ ବରଂ ତୁମେ ଅବିସ୍ମରଣୀୟ ମଧ୍ୟ।

 

Comments are closed.