Latest Odisha News

BREAKING NEWS

ଭାରତ ପରେ ଆମେରିକାରେ ବ୍ୟାନ୍ ହେବ ଟିକଟିକ୍ !

ଗଲଓ୍ୱାନ ଘାଟି ସଂଘର୍ଷ ପରେ ୫୯ଟି ଚାଇନା ଆପକୁ ବ୍ୟାନ କରିଥିଲା ଭାରତ । ତାଲିକାରେ ଥିଲା ଟିକଟକ୍ । ଭାରତ ପରେ ଏବେ ଆମେରିକା ଟିକଟକ୍ ସମେତ କିଛି ଚାଇନା ଆପ ଉପରେ ନିଷିଦ୍ଧାଦେଶ ଜାରି କରିପାରେ । ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ପ୍ରତି ବିପଦ ସୃଷ୍ଟିକାରୀ ଆପକୁ ବ୍ୟାନ୍ କରିବା ନେଇ ଆମେରିକା ସରକାର ବିଚାରବିମର୍ଶ କରୁଛନ୍ତି । ଏହି ସୂଚନା ଦେଇଛନ୍ତି ଆମେରିକା ପରରାଷ୍ଟ୍ର ସଚିବ ମାଇକ୍ ପୋମ୍ପିୟୋ । ତେବେ ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପ ଏଦିଗରେ ଚୂଡ଼ାନ୍ତ ନିଷ୍ପତ୍ତି ନେବେ ।

ଦେଶର ଜାତୀୟ ସୁରକ୍ଷା ପ୍ରତି ହାନୀକାରକ ଆପକୁ ବ୍ୟାନ କରିବା ପାଇଁ ଆମେରିକାରେ ଦାବି ଉଠିଲାଣି । ଟିକଟକ୍ ଭଳି ଆପକୁ ବ୍ୟାନ୍ କରିବା ପାଇଁ ଆମେରିକାର ଆଇନ ପ୍ରଣେତାମାନେ ସରକାରଙ୍କ ନିକଟରେ ପ୍ରସ୍ତାବ ରଖିଛନ୍ତି ।

ଗଲଓ୍ୱାନ ଘାଟିରେ ଚୀନ୍ ସହ ସଂଘର୍ଷ ପରେ ଭାରତ ୫୯ ଚାଇନା ଆପକୁ ଦେଶରେ ବ୍ୟାନ ଘୋଷଣା କରିଥିଲେ । ଯାହା ଭିତରେ ଥିଲା ଟିକଟକ୍ ଓ ବହୁ ଭିଡିଓ ସେୟାର ଆପ୍ । ଜାତୀୟ ସୁରକ୍ଷା ଦୃଷ୍ଟିରୁ ସେସବୁ ଆପ ଉପରେ ପ୍ରତିବନ୍ଧକ ଲଗାଇଥିଲେ କେନ୍ଦ୍ର ସରକାର ।

Leave A Reply

Your email address will not be published.