Latest Odisha News

BREAKING NEWS

ସୁଧୁରୁଛି ଆମେରିକାର ସ୍ଥିତି; ୨୪ ଘଣ୍ଟାରେ ସର୍ବନିମ୍ନ କରୋନା ମୃତ୍ୟୁ ରେକର୍ଡ

ନୂଆଦିଲ୍ଲୀ: ସାରବିଶ୍ୱରେ କରୋନା ଆତଙ୍କ । ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୬ ଲକ୍ଷ ଟପିଥିବା ବେଳେ ୨ ଲକ୍ଷରୁ ଉର୍ଦ୍ଧ୍ବ ଲୋକ ପ୍ରାଣ ହରାଇଲେଣି।

କରୋନାରେ ସର୍ବଧିକ କ୍ଷତିଗ୍ରସ୍ତ ହୋଇଛି ଆମେରିକା । ଏଠାରେ ପ୍ରତିଦିନ ଅସମ୍ଭବ ଭାବେ ବଢି ଚାଲିଛି ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା । କିନ୍ତୁ ଗତ ୨୪ ଘଣ୍ଟାରେ ଏହି ସ୍ଥିତିରେ ସାମାନ୍ୟ ସୁଧାର ଆସିଛି।

ରିପୋର୍ଟ ଅନୁଯାୟୀ, ଆମେରିକାରେ ଗତ ୨୪ ଘଣ୍ଟାରେ ୧୦୧୫ ଜଣଙ୍କର କରୋନା ଯୋଗୁଁ ମୃତ୍ୟୁ ହୋଇଛି । ଯାହା ଏକ ମାସ ମଧ୍ୟରେ ସର୍ବନିମ ଅଟେ ।

ଏପର୍ଯ୍ୟନ୍ତ ଆମେରିକାରେ ୧୨ ଲକ୍ଷ ୧୨ ହଜାର ୮୦୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୬୯ ହଜାର ୨୯୦ ଜଣ ପ୍ରାଣ ହରାଇଛନ୍ତି।

Leave A Reply

Your email address will not be published.