Latest Odisha News

BREAKING NEWS

ମାର୍କ ଏସ୍ପର୍‌ଙ୍କୁ ପ୍ରତିରକ୍ଷା ସଚିବ ପଦରୁ ହଟାଇଲେ ଟ୍ରମ୍ପ୍‌

ନୂଆଦିଲ୍ଲୀ: ଅନେକ ଦିନର ମତଭେଦ ପରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦେଶର ପ୍ରତିରକ୍ଷା ସଚିବ ମାର୍କ ଆସପରଙ୍କୁ ବରଖାସ୍ତ କରିଛନ୍ତି। ସେ ତାଙ୍କ ସ୍ଥାନରେ ଖ୍ରୀଷ୍ଟୋଫର ମିଲରଙ୍କୁ ଏହି ପଦର ଦାୟିତ୍ୱ ଭାର ଦେଇଛନ୍ତି। ଏକ ଅଫିସିଆଲ୍ ଟ୍ୱିଟ୍ ମାଧ୍ୟମରେ ଟ୍ରମ୍ପ ଏହା ଘୋଷଣା କରିଛନ୍ତି।

ଟ୍ରମ୍ପ ଟୁଇଟ୍‌ରେ ଲେଖିଛନ୍ତି ଯେ ମୁଁ ଏହା ଘୋଷଣା କରି ଖୁସି ଅନୁଭବ କରୁଛି ଯେ ରାଷ୍ଟ୍ରୀୟ ଆତଙ୍କବାଦ ନିରୋଧୀ କେନ୍ଦ୍ରର ଉଚ୍ଚ ସମ୍ମାନିତ ନିର୍ଦ୍ଦେଶକ ଖ୍ରୀଷ୍ଟୋଫର ସି ମିଲରଙ୍କୁ ମଧ୍ୟବର୍ତ୍ତୀକାଳୀନ ପ୍ରତିରକ୍ଷା ସଚିବ ଭାବରେ ନିଯୁକ୍ତ କରାଯାଇଛି। କ୍ରିସ୍ ଭଲ କାମ କରିବେ। ମାର୍କଙ୍କୁ ତାଙ୍କର ସେବା ପାଇଁ ଧନ୍ୟବାଦ। ”

ସୂଚନାନୁସାରେ, ଆମେରିକାରେ ରାଷ୍ଟ୍ରପତି ନିର୍ବାଚନକୁ ନେଇ ଏସପର୍ ପୂର୍ବରୁ ଇସ୍ତଫା ଦେବାକୁ କିମ୍ବା ବରଖାସ୍ତର ସମ୍ମୁଖୀନ ହେବାକୁ ନିଜକୁ ପ୍ରସ୍ତୁତ କରିଥିଲେ।

କୁହାଯାଉଛି ଯେ ଟ୍ରମ୍ପ ଏସପରଙ୍କ ଉପରେ ଅସନ୍ତୁଷ୍ଟ ଥିଲେ। ଏସପର୍ ମଧ୍ୟ ଇସ୍ତଫା ଦେବାକୁ ସ୍ଥିର କରିସାରିଥିଲେ। ଜୁନ୍ ମାସରେ ଲାଫେଟ ପାର୍କରେ ବିକ୍ଷୋଭକାରୀଙ୍କୁ ହଟାଇବା ପାଇଁ ଲୁହବୁହା ଗ୍ୟାସ ସେଲ ଏବଂ ଅନ୍ୟାନ୍ୟ ବଳ ବ୍ୟବହାର କରି ଏହି ଅଞ୍ଚଳକୁ ଖାଲି କରାଯାଇଥିଲା। ଏହି ଘଟଣାକୁ ନେଇ ଏସପର୍ ମଧ୍ୟ ଟ୍ରମ୍ପଠାରୁ ଦୂରରେ ରହିବାକୁ ଲାଗିଲେ।

Leave A Reply

Your email address will not be published.