Latest Odisha News

BREAKING NEWS

ବିହାର ଭୋଟ କାଉଣ୍ଟିଂ:ଏନଡିଏ-ମହାମେଣ୍ଟ ଭିତରେ କାଣ୍ଟେ କା ଟକ୍କର

ପାଟନା: ବିହାର ବିଧାନସଭା ନିର୍ବାଚନରେ କାଣ୍ଟେ କା ଟକ୍କର ହେଉଛି । ଭୋଟ ଗଣତି ବେଳେ ସାମନାକୁ ଆସୁଛି ରୋଚକ ସୂଚନା । କେତେବେଳେ ମହାମେଣ୍ଟ ମ୍ୟାଜିକ ନମ୍ୱର ଅଭିମୁଖେ ଅଗ୍ରସର ହେଉଛି ତ କେତେବେଳେ ଏନଡିଏ ଉପରକୁ ଉଛୁଛି ।

ବର୍ତ୍ତମାନ ସୁଦ୍ଧା ଗଣତିରେ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ମିଳିଥିବା ତଥ୍ୟ ଅନୁସାରେ ଆଗରେ ରହିଛି ଏନଡିଏ । ଦୁଇ ଶହ ଆସନରେ ଚାଲିଥିବା ଗଣତିର ଟ୍ରେଣ୍ଡ ଅନୁସାରେ ଏନଡିଏ ୧୦୨ ଆସନରେ ଆଗୁଆ ରହିଛି । ଏଥିରେ ବିଜେପି ୫୨, ଜେଡିୟୁ ୪୨, ବିକାଶଶୀଳ ଇନସାନ ପାର୍ଟି ୫ ଓ ହାମ ଗୋଟିଏ ଆସନରେ ଆଗରେ ଚାଲିଛନ୍ତି ।

ସେହିପରି ମହାମେଣ୍ଟ ୮୮ ସିଟରେ ଆଗରେ ରହିଛି । ଆରଜେଡି ୫୭, କଂଗ୍ରେସ ୧୭, ବାମଦଳ ୧୪ଟି ଆସନରେ ଆଗୁଆ ରହିଛନ୍ତି । ଅନ୍ୟପଟେ ଏଲଜେପି ୪ଟି ଆସନରେ ଲିଡ୍ କରୁଛି । ବିହାରରେ ଅନ୍ୟାନ୍ୟ ଦଳ ୬ଟି ଆସନରେ ଆଗରେ ରହିଛନ୍ତି ।

Leave A Reply

Your email address will not be published.