ନ୍ୟୁୟର୍କ: ଆମେରିକାର ରାଷ୍ଟ୍ରପତି ନିର୍ବାଚନ ଯେତେ ପାଖେଇ ଆସୁଛି ଏହାକୁ ନେଇ ଚର୍ଚ୍ଚା ମଧ୍ୟ ସେତିକି ବଢ଼ିବାରେ ଲାଗିଛି। ତେବେ ଏହି ପରିପ୍ରେକ୍ଷୀରେ ରିପବ୍ଲିକ୍ ଦଳର ପ୍ରାର୍ଥୀ ତଥା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପୁଅ ଡୋନାଲ୍ଡ ଟ୍ରମ୍ପ ଜୁନିୟର ଡେମୋକ୍ରାଟିକ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବିଡେନ୍ଙ୍କ ବିଦେଶ ନୀତି ପ୍ରସଙ୍ଗ ଉପରେ ଆକ୍ଷେପ କରିଛନ୍ତି।
ବିଡେନ୍ ଭାରତ ପାଇଁ ଭଲ ନୁହନ୍ତି ବୋଲି କହିଛନ୍ତି ଜୁନିୟର୍ ଟ୍ରମ୍ପ। କେବଳ ସେତିକି ନୁହେଁ, ବେଳ ପଡିଲେ ସେ ଚୀନ ଆଡକୁ ମଧ୍ୟ ଢଳି ପାରନ୍ତି ବୋଲି ଅଭିଯୋଗ କରିଛନ୍ତି ଜୁନିୟର୍ ଟ୍ରମ୍ପ। ଜୁନିୟର ଟ୍ରମ୍ପଙ୍କ ଦ୍ୱାରା ଲିଖିତ ପୁସ୍ତକ ‘ଲିବରାଲ ପ୍ରିଭିଲେଜ୍’ର ସଫଳତା କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି।
ଏହି ଅବସରରେ ଜୁନିୟର ଟ୍ରମ୍ପ କହିଛନ୍ତି, ବିଡେନ୍ଙ୍କ ପୁଅ ହଣ୍ଟର୍ ବିଡେନ୍ ଜଣେ ବିଶିଷ୍ଟ ବ୍ୟବସାୟୀ। ଚୀନ୍ ଜାଣିଛି ବିଡେନ୍ଙ୍କୁ କିଣାଯାଇପାରିବ। ତେଣୁ ହଣ୍ଟର୍ଙ୍କୁ ଚୀନ ୧.୫ ବିଲିୟନ ଡଲାର ଅର୍ଥ ପ୍ରଦାନ କରିଛି। ଫଳରେ ବିଡେନ୍ ଚୀନ ବିରୋଧରେ ନରମ ଆଭିମୁଖ୍ୟ ପୋଷଣ କରିବେ ବୋଲି ସେ କହିଛନ୍ତି। ତେଣୁ ବିଡେନ୍ ଭାରତ ପାଇଁ ଭଲ ନୁହନ୍ତି ବୋଲି ସେ କହିଛନ୍ତି।
Comments are closed.